କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ କଂଗ୍ରେସ ନିଯୁକ୍ତ କଲା ତିନି ପର୍ଯ୍ୟବେକ୍ଷକ

ବେଙ୍ଗାଲୁରୁ: କଂଗ୍ରେସକୁ କର୍ଣ୍ଣାଟକରେ ବିପୁଳ ବିଜୟ ମିଳିଛି। ତେବେ ଆଜି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କଂଗ୍ରେସ ତିନିଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। କଂଗ୍ରେସ ଆଜି ବେଙ୍ଗାଲୁରୁରେ ନୂତନ ନିର୍ବାଚିତ ବିଧାୟକଙ୍କ ଏକ ବୈଠକ ମଧ୍ୟ ଡ଼କାଇଛି | ଏହି ବୈଠକରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଆଲୋଚନା କରାଯିବ | କଂଗ୍ରେସ ନିଯୁକ୍ତ କରିଥିବା ତିନିଜଣ ପର୍ଯ୍ୟବେକ୍ଷକ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ, ପୂର୍ବତନ ସାଧାରଣ ସମ୍ପାଦକ ଦୀପକ ବାୱରିଆ ଏବଂ ବର୍ତ୍ତମାନର ସାଧାରଣ ସମ୍ପାଦକ ଭୱର ଜିତେନ୍ଦ୍ର ସିଂ। ପର୍ଯ୍ୟବେକ୍ଷକମାନେ ବୈଠକରେ ଉପସ୍ଥିତ ରହି ବିଧାୟକଙ୍କଠାରୁ ମତ ନେବେ ଆଉ ଦଳର ହାଇକମାଣ୍ଡଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ।
ଦଳର ସୂତ୍ର ଅନୁଯାୟୀ, କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଏହି ବୈଠକ ପୂର୍ବରୁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ସହ ଫୋନରେ କଥା ହୋଇଥିଲେ | ଅନ୍ୟପଟେ କଂଗ୍ରେସ ନେତା ସୟଦ ନାସିର ହୁସେନ କହିଛନ୍ତି ଯେ ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା ଆଗାମୀ ୨ରୁ ୩ ଦିନ ଭିତରେ ହେବ ଏବଂ ଆମେ ଯଥାଶୀଘ୍ର କ୍ୟାବିନେଟ୍ ଗଠନ କରିବାକୁ ପ୍ରସ୍ତୁତ ହେଉଛୁ | ସୂଚନାନୁସାରେ, ଆଜି କଂଗ୍ରେସ ବିଧାନସଭା ପାର୍ଟି (ସିଏଲପି) ବୈଠକରେ ଏକ ସଂକଳ୍ପ ପାରିତ ହେବାର ସମ୍ଭାବନା ରହିଛି | ସୂତ୍ର ଅନୁଯାୟୀ, ନବ ନିର୍ବାଚିତ ବିଧାୟକଙ୍କ ମତାମତ ନିଆଯିବ ଏବଂ ଯଦି ଆବଶ୍ୟକ, ସେମାନଙ୍କୁ ସେମାନଙ୍କର ନେତା ଚୟନ କରିବାକୁ ଭୋଟ୍ ଦେବାକୁ କୁହାଯାଇପାରେ |

nis-ad
Leave A Reply

Your email address will not be published.