ଗୁରୁବାର ଶପଥ ଗ୍ରହଣ କରିବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ !

ବେଙ୍ଗାଲୁରୁ: ଗୁରୁବାର ଦିନ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ଶପଥ ଗ୍ରହଣ କରିବେ। କଂଗ୍ରେସ କାହାକୁ ଦାୟିତ୍ବ ଦେବ, ତାହା ସ୍ପଷ୍ଟ ହୋଇନଥି‌ଲେ ବି ଗୁରୁବାର ଦିନ ଶପଥ ଗ୍ରହଣ ସମାରୋହ ହେବ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ଗାନ୍ଧୀ ପରିବାର ସହ ଜାତୀୟ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଯୋଗଦେବେ। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କଂଗ୍ରେସ ସମଭାବାପନ୍ନ ଦଳକୁ ନିମନ୍ତ୍ରଣ ପଠାଇଥିବା କୁହାଯାଉଛି।
ତେବେ ଆଜି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କଂଗ୍ରେସ ତିନିଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। କଂଗ୍ରେସ ନିଯୁକ୍ତ କରିଥିବା ତିନିଜଣ ପର୍ଯ୍ୟବେକ୍ଷକ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ, ପୂର୍ବତନ ସାଧାରଣ ସମ୍ପାଦକ ଦୀପକ ବାୱରିଆ ଏବଂ ବର୍ତ୍ତମାନର ସାଧାରଣ ସମ୍ପାଦକ ଭୱର ଜିତେନ୍ଦ୍ର ସିଂ। ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ସହ କଂଗ୍ରେସ ଆଜି ବେଙ୍ଗାଲୁରୁରେ ନୂତନ ନିର୍ବାଚିତ ବିଧାୟକଙ୍କ ଏକ ବୈଠକ ଡ଼କାଇଛି । ଏହି ବୈଠକରେ ଉପସ୍ଥିତ ରହି ପର୍ଯ୍ୟବେକ୍ଷକମାନେ ବିଧାୟକଙ୍କଠାରୁ ମତ ନେବେ ଓ ଦଳର ହାଇକମାଣ୍ଡଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ।

nis-ad
Leave A Reply

Your email address will not be published.