ବାଲି ମାଫିଆଙ୍କ କବ୍ଜାରେ ବିରମିତ୍ରପୁର ରାଜସ୍ବ ବିଭାଗ: ଠିକାଦାର ଓ ତହସିଲଦାର ଙ୍କ ମଧୁଚନ୍ଦ୍ରିକା ବାଟରୁ ଯାଇ ହାଟରେ ଗଡୁଛି…!

ବୀରମିତ୍ରପୁର– ବୀରମିତ୍ରପୁର ତହସିଲ ରେ ହେଉଥିବା ଦୁର୍ନୀତି ବାଟରୁ ଯାଇ ହାଟରେ ପଡ଼ିଲାଣି ଯାହାକି ଅନେକ ଗଣ ମାଧ୍ୟମରେ ଖବର ପ୍ରକାଶ ପାଉଛି ତଥାପି ଜିଲ୍ଲା ପ୍ରଶାସନ ନୀରବତା କୁ ନେଇ ପ୍ରଶ୍ନ ଉଠୁଛି l ସୂଚନା ଥାଉକି ବୀରମିତ୍ରପୁର ତହସିଲ ଅନ୍ତର୍ଗତ ରାଏବଗା ବାଲିଘାଟ ରେ ଜେସିବି ସାହାଯ୍ୟରେ ଶହଶହ ଡମ୍ପର ବାଲି ଉଠାଇ ଝାଡ଼ଖଣ୍ଡ କୁ ଚୋରାଚାଲାଣ ହେଉଥିବା ନଜର କୁ ଆସିଛି । ଏଠିକାର କିରାଣି ସମେତ ଆର ଆଇ ଏବଂ ବାଲିମାଫି ଆଙ୍କ ମଧ୍ଯ ରେ ସଲାସୁତୁରା ରେ ବାଲି ଉଠାଯାଇ ପଡୋଶୀ ରାଜ୍ଯ ଝାଡ଼ଖଣ୍ଡ ସିମଡେଗା ଅଂଚଳ କୁ ରୀତି ମତ ଶହଶହ ଡମ୍ପର ପଠା ଯାଉଛି। ଯାହାକି ଏହାବି ପୋଲିସ ର ଜାଣତରେ ମଧ୍ୟ ଏହି ଭଳି ଚୋରା ଚାଲାଣ


ଚାଲିଛି ବୋଲି ଅଭିଯୋଗ ହୋଇଛି ।ଓଏମସି ଗାଇଡି ଲାଇନକୁ ପୋଲିସ ପ୍ରଶାସନ ଓ ତହସିଲ କର୍ମଚାରୀ ମିଳିତ ଭାବେ ନିୟମ କୁ ଉଲଘଂନ କରିବା ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲୋଟିଛି, ରାଜ୍ୟ ସରକାର ଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହାନି କରି ନିଜ ପକେଟ ଗରମ କରି ଚାଲିଛନ୍ତି । ସୂଚନା ଥାଉକି ସେଭଳି ବିରମିତ୍ରପୁର ଠାରୁ ୪କି.ମି ଦୂରରେ ସଲଙ୍ଗାବାହାଲ ପଯର୍ଯନ୍ତ ୪୦ କୋଟି ଟଙ୍କାର ଏକ ରାସ୍ତା ନିର୍ମାଣ କାର୍ଯ୍ଯ ପାଇ ଆର. ଏଣ୍ଡ ବି ଡିପାର୍ଟମେଣ୍ଟ ତରଫରୁ ଟେଣ୍ଡର ଆହ୍ଵାନ କରାଯାଇ ଥିଲା । ଏହି କାମ ଟିକୁ ଏସ ସି ପି ଏଲ ନାମକ ଠିକା ସଂସ୍ତା ଟେଣ୍ଡର ପାଇଁ କାମଟିକୁ ଆରମ୍ଭ କରିଥିଲେ । ଏସ ସି ପି ଏଲ ର ମାଲିକ ତଥା ଠିକାଦାର ପ୍ରଭାତ ସାହୁ ବିରମିତ୍ରପୁର ତହସିଲଦାର ଶ୍ରୀ ସୁସାନ୍ତ ବେହେରା ଙ୍କୁ ହାତବାରିସି କରି ବେଆଇନ ଭାବେରେ ଗପୁର ବାଲି ଘାଟ ତଥା ଶଙ୍ଖ ନଦୀ ଶଯ୍ୟା ରୁ ବାଲି ଉତ୍ତୋଳନ କରି ରାସ୍ତା ନିର୍ମାଣ କାର୍ଯ ରେ ଲଗାଇବା ଓ ସରକାରଙ୍କ ନିୟମ ଙ୍କୁ ଉଲଙ୍ଘନ କରି ଜି ଏସ ଟି ଠକିବା ,ଓ ସରକାରୀ ରାଜସ୍ବ ହାନି କରିବାରେ ଏଥିପାଇ ତହସିଲଦାର ଓ ଠିକାଦାର ଦାଇ ବୋଲି ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି ।ସମ୍ପୃତ ଠିକାଦାର ର କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିବାରୁ କହିଲେ ଯେ ତହସିଲଦାର ଙ୍କୁ କହି ତାଙ୍କର ଜାଣତ ରେ ଏହି ଭଳି ଚୋରା ରେ ବାଲି ଉଠା ଯାଉଛି । ଯାହାକି ସରକାରଙ୍କୁ ଦିନରେ ଲଣ୍ଠନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରୁଥିବା କୁ ନେଇ ଅଭିଯୋଗ ହେଉଛି ଯାହାକି ଏହା ତଦନ୍ତ ସାପେକ୍ଷ ।କେବଳ ଏହାନୁହଁ ବୀରମିତ୍ରପୁର ତହସିଲ ଦୁର୍ନୀତି ର ଗନ୍ତାଘର କହିଲେ କିଛି ଭୁଲ ହେବ ନାହିଁ l ଯାହାକୁ ନେଇ ସୂଚନା ଆଇନ ଆଧାରରେ ସୂଚନା ମାଗିଲେ ବି ଠିକ ତଥ୍ୟ ମିଳି ପାରୁ ନାହିଁ, ସୂଚନା ଆଇନ କୁ ବେଖାଦିର କରି ଦଉଳ ଭିତରେ କିଏ ବୋଲି ପ୍ରଶ୍ନ କଲେ ଉତ୍ତର ମିଳୁଛି ମୁଁ କଦଳୀ ଖାଇନି l ଏଠାରେ ସୂଚନା ଥାଉକି ବୀରମିତ୍ରପୁର ତହସିଲ କାର୍ଯ୍ୟାଳୟ ରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଅର ଆଇ ଗୋଟିଏ ଗୋଟିଏ କୋଟି ପତି ଓ ଅର ଆଇ ମାନଙ୍କ ଦ୍ଵାରା ସ୍ଥାନୀୟ ତହସିଲଦାର କୁବେର ପାଲୋଟି ଗଲେଣି ବୋଲି ଅଭିଯୋଗ ହେଉଛି, ଯଦି ରାଜ୍ୟ ସରକାର ସ୍ପେସିଆଲ ଅଡିଟ ଓ ଭିଜିଲାନ୍ସ ତଦନ୍ତ କରାନ୍ତି ତେବେ ଅନେକ ତଥ୍ୟ ପଦାକୁ ଆସିବା ସହ ସରକାରଙ୍କ ହେଉଥିବା ରାଜସ୍ୱ କେଳାଙ୍କାରୀ କୁ ରୋକା ଯାଇ ପାରନ୍ତା ବୋଲି ଅଂଚଳରେ ଥିବା ବୁଦ୍ଧି ଜୀବି ତଥା ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.