ବିଦ୍ୟୁତ୍‌ ଆଘାତରେ ୪ ହାତୀଙ୍କ ମୃତ୍ୟୁ

ଗଜପତି : ବିପତ୍ତି ହଟୁ ନାହିଁ ଗଜରାଜଙ୍କ ଉପରୁ । ବିଦ୍ୟୁତ୍‌ ଆଘାତରେ ୪ ହାତୀଙ୍କ ମୃତ୍ୟୁ ଅନୁମାନ। ସୀମାନ୍ତ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ବାମିନି ମଣ୍ଡଳମ କାଟ୍ରାଗଡ଼ ଗାଁ ନିକଟରେ ଏହି ଅଘଟଣ ଘଟିଛି। ଟ୍ରାନ୍ସଫର୍ମର ନିକଟରେ ପଡିଛି ହାତୀଙ୍କ ମୃତଦେହ। ଆଉ ୨ଟି ହାତୀ ଆହତ ହୋଇଥିବା ସୂଚନା ।

ତେବେ କିପରି ବିଦ୍ୟୁତ୍‌ ଆଘାତ ଲାଗିଲା ସେନେଇ କାରଣ ଅସ୍ପଷ୍ଟ ରହିଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଓଡ଼ିଶାରୁ ୬ ଟିକିଆ ହାତୀ ପଲ ଆନ୍ଧ୍ର ସୀମା ପାର୍‌ ହେଉଥିବାବେଳେ ବିଦ୍ୟୁତ୍‌ ଆଘାତରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

nis-ad
Leave A Reply

Your email address will not be published.