କବି ଗୁରୁ ରବୀନ୍ଦ୍ର ଜୟନ୍ତୀ ଉଦଯାପିତ

ଉମରକୋଟ (୧୦/୦୫) : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ସଦର ଇଉ ଭି ୩ ନମ୍ବର ଗ୍ରାମ ନିକଟବର୍ତ୍ତି ବଙ୍ଗଭବନ ଠାରେ ୦୯/୦୫/୨୦୨୩ ଦିନ ରବୀନ୍ଦ୍ର ସାଂସ୍କୃତିକ ସଂଘ ଆୟୋଜିତ କବି ଗୁରୁ ରବୀନ୍ଦ୍ର ନାଥ ଙ୍କ ଜନ୍ମ ଜୟନ୍ତୀ ପଚିଶି ବୈଶାଖ ମହା ଆଡମ୍ବର ସହିତ ପାଳିତ ହୋଇ ଯାଇଛି । ଏଥିରେ ଅଧ୍ୟକ୍ଷତା କରିଥିଲେ ନିଖିଲ ଭାରତ ବଙ୍ଗାଳୀ ସମନ୍ମୟ ସମିତିର ନବରଙ୍ଗପୁର ଜିଲ୍ଲା ସଭାପତି ତଥା ଉମରକୋଟ କାଉନସିଲର ଶ୍ରୀ ତପନ ଦେବନାଥ । ଉକ୍ତ ସମିତିର ପୂର୍ବତନ ସଭାପତି ଶ୍ରୀଯୁକ୍ତ ତପନ କୁମାର ପାଲ , ବର୍ଷିୟାନ ଶିକ୍ଷକ ତଥା ଅବସରପ୍ରାପ୍ତ ବ୍ଯାଙ୍କ ଅଧିକାରୀ ମନ୍ମଥନାଥ ରାୟ , ନବରଙ୍ଗପୁର ବ୍ଳକ ଶିକ୍ଷା ଅଧିକାରୀ ଶ୍ରୀ ରମେଶ ରାୟ ପ୍ରମୁଖ ରବୀନ୍ଦ୍ର ନାଥ ଠାକୁର ଙ୍କ ଜୀବନୀ ଓ ସାହିତ୍ୟର ଚର୍ଚ୍ଚା କରିଥିଲେ । ରବୀନ୍ଦ୍ର ସାଂସ୍କୃତିକ ସଂଘ ର ସଭାପତି ଶ୍ରୀ ବିବେକାନନ୍ଦ ବୈଦ୍ଯ , ସମ୍ପାଦକ ଶ୍ରୀ ସପନ କୁମାର ରାୟ ଅନୁଷ୍ଠାନ ଟିକୁ ପରିଚାଳନା କରିଥିଲେ । ସଭାର ଦ୍ବିତୀୟ ଅଧିବେଶନ ରାତି ନଅ ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ କରା ଯାଇଥିଲା ଏଥିରେ ରବୀନ୍ଦ୍ର ନାଥ ଠାକୁର ଙ୍କ ରଚିତ ସଙ୍ଗୀତ ହେ ନୂତନ ଦେଖା ଦାଓ ଆର ବାର ଉଦ୍ବୋଧନୀ ସଙ୍ଗୀତରେ କମ୍ପି ଉଠୁଥିଲା । ଏହା ପରେ ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ଇନ୍ଦ୍ର ନୀଳ କର ଓଡ଼ିଆ ଦେଶାତ୍ମବୋଧକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରି ସମସ୍ତ ଙ୍କୁ ମୋହିତ କରିଥିଲେ । ପରେ ପରେ ରାଇଘର ଓ ଉମରକୋଟ ଅନ୍ତର୍ଗତ ବଙ୍ଗୀୟ ସମ୍ପ୍ରଦାୟର ଉଦିୟ ମାନ ଶିଳ୍ପୀ ଓ ଶିଶୁ କଳାକାର ମାନେ କବିତା ଆବୃତ୍ତି , ସଙ୍ଗୀତ, ନୃତ୍ଯ , ସମବେତ ନୃତ୍ଯ ପରିବେଷଣ କରିଥିଲେ । ସାହିତ୍ଯିକ ବଙ୍କିମ ଚନ୍ଦ୍ର ମଣ୍ଡଳ ଓ ସଂପାଦକ ସପନ କୁମାର ରାୟ ,ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିଥିବା ବେଳେ ସଙ୍ଗୀତ ପରିଚାଳନାରେ ଶ୍ରୀ ଜୟନ୍ତ କୁମାର ସାନା, ଶ୍ରୀ ଗୌରାଙ୍ଗ ବେପାରୀ ଏବଂ ଶ୍ରୀ ଇନ୍ଦ୍ର ନୀଳ କର ସହଯୋଗ କରିଥିଲେ ।
ଅନୁଷ୍ଠାନ ର ବାସ୍ତବ ରୂପାୟନ ରେ ସହଯୋଗ କରିଥିଲେ ଯଥାକ୍ରମେ ସୁନୀଲ କିର୍ତ୍ତନିଆ, ନିତାଇ କୁମାର ମଣ୍ଡଳ, ରଞ୍ଜିତ ମଣ୍ଡଳ, ଶ୍ରୀ ମତୀ ସୀମା ପାଲ , ଶ୍ରୀ ମତୀ ପୁଷ୍ପ କିର୍ତ୍ତନିଆ ପ୍ରମୁଖ ।

nis-ad
Leave A Reply

Your email address will not be published.