ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଶ୍ରୀ ଶିବଦତ୍ତ ସାହୁ ମନୋନିତ

ମାଲକାନଗିରି : ଜିଲ୍ଲାରେ ଉତ୍କଳ ସାମ୍ବାଦିକ ସଙ୍ଘ ଦୀର୍ଘ ୭ବର୍ଷରୁ ଉର୍ଦ୍ଧ୍ବ ସମୟ ଅତିବାହିତ କରିଥିବା ବେଳେ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ପ୍ରାୟ୮୦ରୁ ଉର୍ଦ୍ଧ୍ବ ସଦସ୍ୟ ରହିଛନ୍ତି । ସମ୍ବାଦ ପରିବେଷଣ ସହ ବିଭିନ୍ନ ଜନ ହିତକର କାର୍ଯ୍ୟ ରେ ନିଜକୁ ନିୟୋଜିତ କରି ସମଗ୍ର ଜିଲ୍ଲା ତଥା ରାଜ୍ୟରେ ନିଜର ସୁନାମ ଅର୍ଜନ କରିପାରିଛି । ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଜାଗାରେ ବୃକ୍ଷ ରୋପଣ, ନିଶା ନିବାରଣ କୋରନା ସମୟରେ ସମଗ୍ର ଜିଲ୍ଲା ର ୭ଗୋଟି ବ୍ଲକରେ ୬୦ରୁ ଉର୍ଦ୍ଧ୍ବ ଗ୍ରାମରେ ସଚେତନା ସଭା ସହ ମାକ୍ସ ବଣ୍ଟନ ଭଳି କାର୍ଯ୍ୟକ୍ରମ ରେ ନିଜକୁ ନିୟୋଜିତ କରିଥିଲେ । କୋଭିଡ ମହାମାରୀ ସମୟରେ ଦାଦନ ଶ୍ରମିକ ମୃତ୍ୟୁ ବରଣ କରିଥିବା ଶ୍ରମିକଙ୍କ ପରିବାର ଙ୍କୁ ସୁଖିଲା ଖାଦ୍ୟ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ କରିଥିବା ନଜିର ରହିଛି । ଜିଲ୍ଲା ସଙ୍ଘ ନିଜର ବିଗତ ୭ବର୍ଷ ସମୟରେ ଦୁଇଥର ରାଜ୍ୟସ୍ତରୀୟ ସମାବେଶ ସଫଳତା ର ସହ ଆୟୋଜନ କରିପାରିଛି । ଦିନକୁ ଦିନ ରାଜ୍ୟ ସଙ୍ଘ ଜିଲ୍ଲା ସଙ୍ଘର ସଫଳତା ଯୋଗୁଁ କିଛି ରାଜ୍ୟସ୍ତରୀୟ କାର୍ଯ୍ୟକର୍ତ୍ତା ପାଇଁ ଜିଲ୍ଲା ସଂଘ କୁ ଅନୁରୋଧ କରାଯାଥିଲା
ଜିଲ୍ଲା ସଙ୍ଘ ତରଫରୁ ସର୍ଵସମ୍ମତି ରାଜ୍ୟ ସଂଘକୁ ଶ୍ରୀ ଶିବଦତ୍ତ ସାହୁଙ୍କ ନାମ ପ୍ରଦାନ କରାଯାଇଥିଲା ରାଜ୍ୟ ସଙ୍ଘର ଅନୁମୋଦନ କ୍ରମେ ରାଜ୍ୟ କାର୍ଯ୍ୟକାରୀଣୀ ବୈଠକରେ ସଦସ୍ୟ ଭାବେ ଘୋଷଣା କରାଯାଇଥିଲା । ଆଜି ମାଲକାନଗିରି ଉତ୍କଳ ସାମ୍ବାଦିକ ସଙ୍ଘ କାର୍ଯ୍ୟଳୟରେ ଶ୍ରୀ ଶିବଦତ୍ତ ସାହୁ ଙ୍କୁ ସଭାପତି ଙ୍କ ଉପସ୍ଥିତ ରେ ସମ୍ବର୍ଦ୍ଧନା ଦିଆଯାଇ ଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ପ୍ରାୟ ବିଭିନ୍ନ ବ୍ଲକ ରୁ ପ୍ରାୟ ୩୦ରୁ ଉର୍ଦ୍ଧ ସାମ୍ବାଦିକ ଉପସ୍ଥିତ ରହିବାସହ ସମର୍ଥନ ଜଣାଇଥିଲେ ।

nis-ad
Leave A Reply

Your email address will not be published.