ଛେଳିଗଡ଼ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ

ଗଜପତି: ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ 5T ସଚିବ ଭି. କେ ପାଣ୍ଡିଆନ । ଗଜପତି ଜିଲ୍ଲା ଛେଳିଗଡ଼ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ । ଟନେଲ ନିକଟରେ ପହଂଚି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଜଳସମ୍ପଦ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ପ୍ରକଳ୍ପ ନିକଟରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ 5T ସଚିବ। ପ୍ରକଳ୍ପ ଦ୍ୱାରା ବିସ୍ଥାପନ ହେବାକୁ ଥିବା ବିସ୍ଥାପିତଙ୍କ ସହ ଆଲୋଚନା କରିଥିଲେ । ଏହି ପ୍ରକଳ୍ପ ହେଲେ ଜଳ ସେଚନ ଆହୁରି ବ୍ୟାପକ ହୋଇପାରିବ, ଯେଉଁ ବିସ୍ଥାପିତଙ୍କ ସମସ୍ୟା ରହିଛି ଶୀଘ୍ର ଏହାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ୟାକେଜ ଘୋଷଣା କରିବେ ବୋଲି କହିଛନ୍ତି 5T ସଚିବ।

ଛେଳିଗଡ଼ ପ୍ରକଳ୍ପ ପରିଦର୍ଶନ ପରେ ଗୁମ୍ମା ଗସ୍ତ କରିଛନ୍ତି ଭି.କେ ପାଣ୍ଡିଆନ୍‌। ଗୁମ୍ମା ବ୍ଲକରେ ପହଞ୍ଚି ବିଭିନ୍ନ ବିକାଶ କାମର ସମୀକ୍ଷା କରିଛନ୍ତି। ହେଲିକ୍ୟାପ୍ଟରରେ ଚନ୍ଦ୍ରଗିରି ଜିରାଙ୍ଗରୁ ଗୁମ୍ମା ମିନି ଷ୍ଟାଡିୟମରେ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ। ପ୍ରଥମେ ଗୁମ୍ମା ଫାଇଭ୍‌ଟି ବିଦ୍ୟାଳୟ ପରିଦର୍ଶନ କରିଥିଲେ । ପରେ ଗୁମ୍ମାର ପନିପରିବା ଶୀତଳୀକରଣ ପ୍ରକଳ୍ପ, ଗ୍ରାମୀଣ ହାଟ, ବସଷ୍ଟାଣ୍ଡ ପରିଦର୍ଶନ କରିବା ସହ ଉପସ୍ଥିତ ଜନସାଧାରଣଙ୍କୁ ଭେଟିଥିଲେ।

ଲୋକଙ୍କ ଅଭିଯୋଗ ପତ୍ର ଗୁଡିକ ଗ୍ରହଣ କରି ସମାଧାନ ତୁରନ୍ତ ହେବ ବୋଲି କହିଥିଲେ। ପାରଳାଖେମୁଣ୍ଡି, ଗୋଷାଣୀରେ ବିଭିନ୍ନ ଉନ୍ନତିମୂଳକ କାମର ସମୀକ୍ଷା କରିବା ପାଇଁ 5T ସଚିବ ପାରଳାଖେମୁଣ୍ଡି ସ୍ଥିତ ବେତାଗୁଡା ରିଜର୍ଭପଡିଆକୁ ଯାଇଛନ୍ତି। ତା ସହ ବ୍ଲକର ବିଭିନ୍ନ ବିକାଶ କାମର ସମୀକ୍ଷା କରୁଛନ୍ତି।

nis-ad
Leave A Reply

Your email address will not be published.