କୋର୍ଟରେ ହାଜର ହେଲେ ଇମ୍ରାନ, ୧୪ ଦିନ ରିମାଣ୍ଡରେ ନେବାକୁ ଏନଏବିର ଆବେଦନ

ଇସ୍ଲାମାବାଦ: ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ବୁଧବାର କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ରାଜଧାନୀ ଇସ୍ଲାମାବାଦର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇଛି । ଇମ୍ରାନଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଦାବି କରିଛି ଦୁର୍ନୀତି ନିବାରଣ ସଂସ୍ଥା (ଏନଏବି) । ତାଙ୍କୁ ଜଷ୍ଟିସ ମହମ୍ମଦ ବସିରଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ଆକାଉଣ୍ଟିବିଲିଟି କୋର୍ଟରେ ହାଜର କରାଯାଇଥିଲା । ଜଷ୍ଟିସ ବସିର ହେଉଛନ୍ତି ସେହି ବିଚାରପତି ଯିଏ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏବଂ ତାଙ୍କ ଝିଅ ମରିୟମଙ୍କୁ ଲଣ୍ଡନରେ ସମ୍ପତ୍ତି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ।
ମଙ୍ଗଳବାରଦିନ ଏକ ଦୁର୍ନୀତି ମାମଲାର ଶୁଣାଣି ପାଇଁ ଇସ୍ଲାମାବାଦ ହାଇକୋର୍ଟରେ ଉପସ୍ଥିତ ଥିବା ବେଳେ ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ଏନ୍ଏବି)ର ନିର୍ଦ୍ଦେଶକ୍ରମେ ଦେଶର ଅର୍ଦ୍ଧସାମରିକ ବାହିନୀ ରେଞ୍ଜର୍ସ ଇମ୍ରାନଙ୍କୁ ଗିରଫ କରିଥିଲା । ଏହି ଘଟଣାପରେ ତାଙ୍କ ଦଳୀୟ ସମର୍ଥକମାନେ ଦେଶବ୍ୟାପୀ ତୀବ୍ର ଆନ୍ଦୋଳନ କରିଥିଲେ। ଇମ୍ରାନଙ୍କ ବିରୋଧରେ ଦୁଇଟି ମାମଲାର ଶୁଣାଣି ଉଦ୍ଦେଶ୍ୟରେ ଇସ୍ଲାମାବାଦର ସେକ୍ଟର ଏଚ୍ -୧୧/୧ ଅଞ୍ଚଳରେ ଥିବା ପୋଲିସ ଲାଇନ୍ସ ମୁଖ୍ୟାଳୟ ପରିସରରେ ଥିବା ନ୍ୟୁ ପୁଲିସ ଗେଷ୍ଟ ହାଉସକୁ ଏକ ସ୍ୱତନ୍ତ୍ର ଅଦାଲତ ପରିସର ଘୋଷଣା କରାଯାଇଛି ।
ଏକାଧିକ ମାମଲାରେ ଇମ୍ରାନଙ୍କୁ ବିରୋଧ କରାଯାଇଥିବା ଜଣାଯାଇଛି । ଏଥିମଧ୍ୟରୁ ପ୍ରଥମ ମାମଲା ଅଲ୍ କାଦିର ଟ୍ରଷ୍ଟ ସହ ଜଡ଼ିତ, ଯାହା ପାକିସ୍ତାନର ସରକାରୀ ରାଜକୋଷକୁ ୫୦ ବିଲିୟନ ଡଲାରରୁ ଅଧିକ କ୍ଷତି ପହଞ୍ଚାଇଥିବା କୁହାଯାଉଛି ।

nis-ad
Leave A Reply

Your email address will not be published.