ଚୀନ-କାନାଡା ମଧ୍ୟରେ କୂଟନୈତିକ ବିବାଦ : ପରସ୍ପରର କୂଟନୀତିଜ୍ଞଙ୍କୁ କଲେ ବହିଷ୍କାର

ବେଜିଂ : ଚୀନ ଓ କାନାଡା ମଧ୍ୟରେ କୂଟନୈତିକ ସ୍ତରରେ ଏକ ବଡ଼ ବିବାଦ ଦେଖାଦେଇଛି । କାନାଡାର ଜଣେ ସାଂସଦଙ୍କୁ ଧମକ ଦେବା ଅଭିଯୋଗରେ କାନାଡା ସରକାର ଚୀନର ଜଣେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ତାହାର ଜବାବରେ ଚୀନ ମଧ୍ୟ କାନାଡାର ଜଣେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛି ଓ ଦେଶ ଛାଡିବା ପାଇଁ ୫ ଦିନ ସମୟ ଦେଇଛି ।
ଚୀନର ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ କାନାଡାର ଅଯୌକ୍ତିକ ପଦକ୍ଷେପକୁ ସେ ଦୃଢ଼ ବିରୋଧ କରୁଛି ଏବଂ ଏହାର ଜବାବରେ ଚୀନ୍ ସମାନ ପଦକ୍ଷେପ ନେଉଛି। ସାଂଘାଇରେ ଅବସ୍ଥାପିତ କାନାଡାର କୂଟନୀତିଜ୍ଞଙ୍କୁ ମେ ୧୩ ସୁଦ୍ଧା ଦେଶ ଛାଡିବାକୁ କୁହାଯାଇଛି । ଏହାର ଜବାବରେ ପରବର୍ତ୍ତୀ ପଦକ୍ଷେପ ନେବାର ଅଧିକାର ଚୀନ୍ ପାଖରେ ରହିଛି ବୋଲି କୁହାଯାଇଛି ।

କାନାଡା ସରକାର ସୋମବାରଦିନ ଟରୋଣ୍ଟୋରେ ଅବସ୍ଥାପିତ ଚୀନ କୂଟନୀତିଜ୍ଞ ଝାଓ ଓ୍ବେଇଙ୍କୁ ୫ ଦିନ ମଧ୍ୟରେ କାନାଡା ଛାଡ଼ିବାରୁ ନିର୍ଦ୍ଦେଶ ଦେଇଥିଲେ । କାନାଡାର ଜଣେ ସାଂସଦ ମାଇକେଲ ଝୋଙ୍ଗଙ୍କୁ ସେ ଧମକାଇଥିବା ଓ ହଂକଂରେ ଥିବା ତାଙ୍କର କିଛି ପରିବାର ଲୋକଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା ରିପୋର୍ଟ ଆସିବା ପରେ କାନାଡା ସରକାର ଏହି ପଦକ୍ଷେପ ନେଇଥିଲେ । ଖୋଦ କାନାଡାର ଗୁଇନ୍ଦା ସଂସ୍ଥା ଏହି ରିପୋର୍ଟ ଦେବା ପରେ କାନାଡାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

nis-ad
Leave A Reply

Your email address will not be published.