ପାଟଣାସାହିରେ ରାମଚାରିତ ମାନସ ପ୍ରବଚନ ଆରମ୍ଭ

ହିଞ୍ଜିଳିକାଟୁ ୮।୫ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀନୃସୀଂହ ମନ୍ଦିର ପ୍ରାଙ୍ଗଣରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ସୋମବାର ରାମଚରିତ ମାନସ ପ୍ରବଚନ ଆରମ୍ଭ ହୋଇଯାଇଛି । ଏହି ପ୍ରବଚନ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇ ମଙ୍ଗଳବାର ପର୍ଯନ୍ତ ୯ ଦିନ ଵ୍ୟାପି ପ୍ରବଚନ କାର୍ଯ୍ୟକ୍ରମ ରେ ବିଶିଷ୍ଠ ପ୍ରବକ୍ତା ତଥା ହନୁମାନ ପ୍ରବଚକ ପଣ୍ଡିତ କୈଳାସ ଚନ୍ଦ୍ର ପଣ୍ଡା ପ୍ରବଚନ ଦେଇଥୁଵା ବେଳେ ଵ୍ୟାସଭାଵେ ପଣ୍ଡିତ ପଦ୍ମଚରଣ ଦାସ, ପୂଜକ ଜଗନ୍ନାଥ ପାଠି ଓ କର୍ତ୍ତାଭାବେ ବିଜୟ କୁମାର ପାଣିଗ୍ରାହୀ ସହଯୋଗ କରିଥିଲେ ।

ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି । ପ୍ରବଚକ ଶ୍ରୀ ପଣ୍ଡା ରାମଚରିତ ମାନସର ତତ୍ୱକୁ ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ । କାର୍ଯ୍ୟକ୍ରମ କୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ସଭାପତି ଦେବାନନ୍ଦ ମହାପାତ୍ର, ଉପସଭାପତି ଲକ୍ଷ୍ମୀନାରାୟଣ ପଣ୍ଡା, ସମ୍ପାଦକ ତରୁଣ କୁମାର ପଣ୍ଡା ,ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ , କୋଷାଧ୍ୟକ୍ଷ ସନ୍ତୋଷ କୁମାର ପଣ୍ଡା, ଶଙ୍କର ଆଚାରୀ, ପ୍ରଫେସର ରମେଶଚନ୍ଦ୍ର ଚୌଧୁରୀ, ଗୌରହରି ପୃଷ୍ଟି, ଙ୍କ ସହ ସମସ୍ତ ପରିଷଦର ସଦସ୍ୟ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.