କୁଖ୍ୟାତ ମାଓବାଦୀ ହିଡମାର ମୁଖ୍ୟ ସହଯୋଗୀର ମୃତ୍ୟୁ

ମାଲକାନଗିରି : କୁଖ୍ୟାତ ମାଓବାଦୀ ହିଡମାର ମୁଖ୍ୟ ସହଯୋଗୀର ମୃତ୍ୟୁ । ହିଡମା ସହଯୋଗୀ ଟପ୍‌ ମାଓ ନେତା ବସନ୍ତ ଅରଫ ସମଲୁର ମୃତ୍ୟୁ । ସ୍ୱାସ୍ଥ୍ୟ ସମସ୍ୟା ଥିବାରୁ ମୃତ୍ୟୁ ହୋଇଥିବା ମାଓ ସଂଗଠନର ପ୍ରବକ୍ତା ସମତା ଏକ ପ୍ରେସନୋଟ୍‌ ଜରିଆରେ ଏହି ସୂଚନା ଦେଇଛନ୍ତି । ଟପ୍‌ ମାଓ ନେତା ହିଡମା ଟିମ୍‌୍‌ର ମୁଖ୍ୟ ସଦସ୍ୟ ଥିଲା ସମଲୁ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ତାଡ଼ମେଟଲା, ଉର୍ଫଲମେଟା, ଭଟିଗୁଡ଼ା ଅଞ୍ଚଳରେ ବଡ ଧରଣର ମାଓ ହିଂସାକାଣ୍ଡର ମାଷ୍ଟର ମାଇଣ୍ଡ ଥିଲା ସମଲୁ ।

ମାଓ ଅସ୍ତ୍ରଶସ୍ତ୍ର କାରଖାନା ମୁଖ୍ୟ ଥିଲା ସମଲୁ । ମାଓ ସଂଗଠନରେ ଦୀର୍ଘ ୨୬ ବର୍ଷ ସକ୍ରିୟ ସଦସ୍ୟ ଭାବରେ କାର୍ଯ୍ୟ କରିଥିଲା। ଏହି ସମୟରେ ମାଓ ସଂଗଠନ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ବୋମା ତିଆରି କରିବାରେ ମାହିର ଥିଲା ସମଲୁ । ମାଓ କମାଣ୍ଡର ସମଲୁର ମୃତ୍ୟୁ ମାଓ ସଂଗଠନ ପାଇଁ ଶକ୍ତ ଝଟକା ବୋଲି କୁହାଯାଉଛି ।

nis-ad
Leave A Reply

Your email address will not be published.