ମିଣିଆ ନୃସିଂହନାଥ ମନ୍ଦିର ଠାରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ମିଣିଆ ଗ୍ରାମ ପଞ୍ଚାୟତ ନୃସିଂହ ନାଥ ମନ୍ଦିର ପରିସରରେ ଅଷ୍ଟପ୍ରହର ନାମଯଞ ଅନୁଷ୍ଠିତ ହୋଇଛି। ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ବଡସାଲୁଙ୍କି ନଦୀରେ ପୂଜାର୍ଚ୍ଚନା କରି କଳସଯାତ୍ରା କରିଥିଲେ। ମିଣିଆ ସମେତ ଆଖପାଖ ଗାଁ ର ହଜାର ସଂଖ୍ୟାରେ ଜନ ସମାଗମ ହୋଇଥିଲା।ନାମ ସଂକୀର୍ତ୍ତନ ଧ୍ୱନିରେ ପରିବେଶ ଆଧ୍ୟାତ୍ମିକ ମୟ ହୋଇଉଠିଛି।ମିଣିଆ ପାଖ ଆଖର ସଂକୀର୍ତ୍ତନ ମଣ୍ଡଳୀ ଗୋଟିଏ ପରେ ଗୋଟିଏ ଦଳ ନିରବଛିନ୍ନ ସଂକୀର୍ତ୍ତନ କରୁଛନ୍ତି।ନାମଯଞ , ଘୃତଯଞ, ଅନ୍ନଯଞରେ ଶହ ଶହ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ। ପରିଚାଳନା କମିଟିର ର ସଭାପତି କରୁଣାକର ପ୍ରଧାନଙ୍କ ସହ ସମ୍ପାଦକ ବିରେନ୍ଦ୍ର କହଁର ପ୍ରଶାନ୍ତ କହଁର ମାନଗୋବିନ୍ଦ କହଁରଙ୍କ ସମେତ କମିଟିର ସଦସ୍ୟ ମାନଙ୍କ ସହଯୋଗ ରେ ଅଷ୍ଟପ୍ରହର ନାମଯଞ ସୁରୁଖୁରୁରେ ସମାପ୍ତ ହୋଇଛି।

nis-ad
Leave A Reply

Your email address will not be published.