ଛାତ୍ରୀଙ୍କୁ ଅଶ୍ଳିଳ ଇଂଗିତ ସହ ପ୍ରେମ ନିବେଦନ କଲେ ଖେଳ ଶିକ୍ଷକ, ବିଇଓଙ୍କ ଅଫିସରେ ତାଲା ପକାଇଲେ ସ୍ଥାନୀୟ ଲୋକ

କେନ୍ଦ୍ରାପଡା: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଇଓଙ୍କ ଅଫିସରେ ତାଲା ପକାଇଲେ ସ୍ଥାନୀୟ ଲୋକ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ୨ ଘଣ୍ଟା ଘଣ୍ଟା ତାଲା ପକାଇଦେଲେ ସ୍ଥାନୀୟ ଲୋକେ । ମଙ୍ଗଳପୁର ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଖେଳ ଶିକ୍ଷକ ବିଭୁତି ଭୁଷଣ ସ୍ୱାଇଁ ଅଶ୍ଳିଳ ଇଂଗିତ ସହ ପ୍ରେମ ନିବେଦନ କରୁଥିବା ଭଳି ମହାକାଳପଡା ଥାନାରେ ସାଂଘାତିକ ଅଭିଯୋଗ ହୋଇଛି । ତେବେ ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନିକ ଅବହେଳାକୁ ଦାୟୀ କରି ପରିବାର ସହ ଗାଁର କିଛି ମହିଳା ମାନେ ନ୍ୟାୟ ପାଇଁ ଶିକ୍ଷାଧିକାରୀ ଅଧିକାରୀଙ୍କୁ ଫେରାଦ ହୋଇ କୌଣସି ସୁଫଳ ନ ମିଳିବାରୁ ଉକ୍ତ ଶିଖ୍ଯକଙ୍କୁ ଚାକିରିରୁ ବହିସ୍କାର ସହ ଗିରଫ ଦାବି କରି ବିଇଓ ଙ୍କୁ ୨ ଘଂଟା କାଳ ତାଲା ପକାଇଦେଲେ ।

ଖବର ପାଇ ଥାନା ଅଧିକାରୀଙ୍କ ସହ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଲୋକ ମାନଙ୍କୁ ବୁଝାସୁଝା କରିବା ଲହ ସମ୍ପ୍ରୁକ୍ତ ଖେଳ ଶିଖ୍ଯକଙ୍କ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମୁକୁଳିଥିଲେ ବ୍ଲକ ଶିଖ୍ଯା ଅଧିକାରୀ |

nis-ad
Leave A Reply

Your email address will not be published.