ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

ପୁରୀ: ପୁରୀ ଗସ୍ତରେ ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନ ।  ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଏହାସହ ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ଚାଲିଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀମନ୍ଦିର ଚାରିପାଖ ବୁଲି ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ରଖା ଯାଇଛି । ବିଭିନ୍ନ ସମୟରେ ପୁରୀ ଆସି ନିର୍ମାଣ କାର୍ଯ୍ୟ ସମୀକ୍ଷା କରୁଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ୍‌। ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଟାଟା ଓବିସିସି ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

nis-ad
Leave A Reply

Your email address will not be published.