ରାଜଧାନୀରେ ଲେଡିଜ୍‌ ହଷ୍ଟେଲରେ ପଶି ମାରପିଟ୍‌ ସହ ଭାଙ୍ଗିଲେ ଗାଡ଼ି, ୪ ଅଟକ…

ଭୁବନେଶ୍ୱର : ରାଜଧାନୀରେ ରୋଡ୍‌ ରୋମିଓଙ୍କ ଉତ୍ପାତ । ନୟାପଲ୍ଲୀରେ ଲେଡିଜ୍‌ ହଷ୍ଟେଲରେ ପଶି ମାରପିଟ୍‌ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି । କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । କମେଣ୍ଟ ମରାର ପ୍ରତିବାଦ କରିବାରୁ ହଷ୍ଟେଲ ଭିତରେ ପଶି ଭଙ୍ଗାରୁଜା କରିବା ସହ ଅଶ୍ଳୀଳ ଇଙ୍ଗିତ କରିଛନ୍ତି । ୫ ଦୁର୍ବୃତ୍ତ ଏଭଳି ତୁମୁଳକାଣ୍ଡ କରିଥିବା ବେଳେ ୪ ଜଣଙ୍କୁ ଅଟକ ରଖିଲା ପୋଲିସ । ଘଟଣା ସ୍ଥଳରେ ସୁଟିଂ ହୋଇଥିବା ଭିଡିଓରୁ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିଥିଲା ପୋଲିସ।

ସୂଚନା ଅନୁଯାୟୀ କମେଣ୍ଟ ମରାକୁ ପ୍ରତିବାଦ କରିବାରୁ ଲେଡିଜ୍‌ ହଷ୍ଟେଲ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ନୟାପଲ୍ଲୀ ଥାନାରେ ଏନେଇ ଏତଲା ପରେ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

nis-ad
Leave A Reply

Your email address will not be published.