ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ମିଶ୍ରଣ ପର୍ବ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିର ଯୋଗଦେଲେ ପୁରୁଷୋତ୍ତମପୁର ବ୍ଲକର ବହୁ ଛାମୁଆ ନେତା…

ବ୍ରହ୍ମପୁର :ଗଞ୍ଜାମ  ଜିଲ୍ଲା ବିଜେଡି ସଭାପତି ଡା. ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଏବଂ ଦୈତ୍ୟାରି ବେହେରାଙ୍କ ଦୃଢ଼ ନେତୃତ୍ୱରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ବ୍ଲକ ର ପୂର୍ବତନ କଂଗ୍ରେସ ସଭାପତି ସ୍ୱରାଜ ପାଣିଗ୍ରାହୀ ଙ୍କ ନେତୃତ୍ୱରେ ପ୍ରାୟ ,୧୨୦ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀମାନେ ଆଜି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ,ଏବଂ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେଡିର ଯୋଗଦାନ କରିଥିବା ସ୍ୱରାଜ ପାଣିଗ୍ରାହୀ କହିଛନ୍ତି।ଆଗାମୀ ଦିନରେ ପୁରୁଷୋତ୍ତମପୁର ତଥା ଖଲ୍ଲିକୋଟ  ନିର୍ବାଚନ ମଣ୍ଡଳୀ ରେ ବିଜେଡି ସଙ୍ଗଠନ କୁ ଆହୁରି ସୁଦୃଢ଼ କରିବା ସହିତ ବିକାଶ ଧାରାକୁ ଜାରି ରଖିବୁ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ।ଏହି ଅବସରରେ ମେୟର ସଂଘମିତ୍ରା ଦଳେଇ, କାଜୁ ନିଗମ ଅଧକ୍ଷ ସୁବାଷ ମହାରଣା,

କର୍ପୋରେଟର  ସଞ୍ଜିତ ପାଣିଗ୍ରାହୀ, ମହିଳା ଜନ ସଭାନେତ୍ରୀ ମମତା ବିଶୋଇ ,ପୁରୁଷୋତ୍ତମପୁର ବ୍ଲକର ଟାଣୁଆ ନେତା ସୀତାରାମ ପାଣିଗ୍ରାହୀ,  ପୁରୁଷୋତ୍ତମପୁର ଓକିଲ ସଂଘର ପୂର୍ବତନ ସଭାପତି ତଥା ବିଜେଡି ର ଟାଣୁଆ ନେତା ଜଗନ ମୋହନ ପଟ୍ଟନାୟକ  ,ଯୁବ ବିଜେଡି ସଭାପତି ଭାବନିକାନ୍ତ ସାହୁ,ଜଗନ୍ନାଥ ସାବତ, ମୁକୁନ୍ଦ ଗୌଡ଼ଙ୍କ ସମେତ ବହୁ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.