୪୧ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ହଡପ କରିଥିବା ଅଭିଯୋଗରେ ଆକାଉଣ୍ଟାଣ୍ଟ ଗିରଫ

କୋରାପୁଟ: ଠିକା କର୍ମଚାରୀଙ୍କ ବଡ କାରନାମା । ସରକାରୀ ଟଙ୍କା ହଡପ କରି କରୁଥିଲେ ଅୟସ । ବିଳମ୍ବ ହେଲେ ମଧ୍ୟ ଧରାପଡିଛି କଳା କାରନାମା ।
୪୧ ଲକ୍ଷ ୪୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ହଡପ କରିଥିବା ଅଭିଯୋଗରେ କୋରାପୁଟ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର(ଡୁଡା) ଆକାଉଣ୍ଟାଣ୍ଟ ପି ଆଶିଷ କୁମାରଙ୍କୁ ଗିରଫ କରିଛି କୋରାପୁଟ ଟାଉନ ଥାନା ପୋଲିସ୍ ।

କୋରାପୁଟ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ରେ ଆକାଉଣ୍ଟାଣ୍ଟ ଭାବେ କାମ କରୁଥୁଲେ ପି ଆଶିଷ କୁମାର । କାର୍ଯ୍ୟାଳୟର ପାସ୍ବୁକରେ ଟଙ୍କା ନଥିବା ଜାଣିବା ପରେ ଡୁଡାର ପ୍ରକଳ୍ପ ନିର୍ଦେଶକ କୋରାପୁଟ ଟାଉନ ଥାନାରେ ଏତଲା ଦେଇଥିଲେ । କୋରାପୁଟ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ କରି
ଆଶିଷ କୁମାର କୁ ଗିରଫ କରିଛି ।

ଠିକା ସଂସ୍ଥା( CARE security & allied services) ଜରିଆରେ ଡୁଡାର ଆକାଉଣ୍ଟାଣ୍ଟ ଭାବେ ୨୦୨୦ ଅକ୍ଟୋବର ମାସରେ କାମରେ ଯୋଗଦେଇଥିଲେ ପି ଆଶିଷ କୁମାର । ୨୦୨୦ ରୁ ୨୦୨୩ ମଇ ମାସ ସୁଧା ତାଙ୍କର ଜାର୍ଯ୍ୟ କାଳ ଅବଧି ମଧ୍ୟରେ ବ୍ୟାପକ ଅର୍ଥ ହେରଫେର ହୋଇଥିବା ପୋଲିସ କହିଛି । ଗୋଟାଏ ଆକାଉଣ୍ଟରୁ ୨୫ଲକ୍ଷ ୮୮ ହଜାର ୨୩୦ଟଙ୍କା ହଡପ ଜରିଥିବା ବେଳେ, ୨ୟ ଆକାଉଣ୍ଟରୁ ୧ ଲକ୍ଷ ୭୮ ହଜାର ୧୫୨ ଟଙ୍କା ,ଦରମା ବାବଦରେ ଥିବା ଅନ୍ୟ ଏକ ଆକାଉଣ୍ଟରୁ ୩ ଲକ୍ଷ ୭୯ ହଜାର ଟଙ୍କା ଜାଲ ଦସ୍ତଖତ କରି ଉଠାଇ ନେଇଥିବା ପୋଲିସ୍ କହିଛି । ସେହିଭଳି ବିଜୁ ଯୁବ ବାହିନୀ ବାବଦ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ଉଠାଇନେଇଛି । ବିପୁଳ ଟଙ୍କା ହଡପ କରିଥିବା ତଦନ୍ତରୁ ଜଣା ପଡିବାପରେ ଠିକା କର୍ମଚାରୀ ତଥା ଡୁଡା ସଂସ୍ଥାର ଆକାଉଣ୍ଟାଣ୍ଟ ପି ଆଶିଷ କୁମାରକୁ କୋରାପୁଟ ଟାଉନ ଥାନା ପୋଲିସ୍ କରିଛି ଗିରଫ ।

ଡୁଡାର ୪ ଜଣ ପ୍ରକଳ୍ପ ନିର୍ଦେଶକଙ୍କ ଜାଲ ଦସ୍ତଖତ୍ କରି ଟଙ୍କା ହଡପ କରିଥିବା ଜଣାପଡିଛି । ଜୟପୁରସ୍ଥ ମହାରାଣିପେଟା ଘରୁ ୭ଟି ପାଶବୁକ ,୨ଟି ଡେଭିଟ କାର୍ଡ,୨ଟି ଗାଡି,ମୋବାଇଲ ସହ ବହୁ ଆପତିଜନକ ଦସ୍ତାବିଜ ଜବତ କରିଛି ପୋଲିସ୍ । ପ୍ରାଥମିକ ତଦନ୍ତରୁ ୪୧ ଲକ୍ଷରୁ ଉର୍ଦ୍ଧ୍ବ ହଡପ କରିଥିବା ଜଣା ପଡିଛି । ଅଧିକା ତଦନ୍ତ ଜାରି ରହିଛି ବୋଲି କୋରାପୁଟ ଏସଡିପିଓ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.