ଜିଲା କଂଗ୍ରେସ ମହିଳା ସଭାନେତ୍ରୀ ଓ ରାଜ୍ୟ କଂଗ୍ରେସ ସମ୍ପାଦିକା ଉପାନ୍ତ ଇଲାକାରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ

ଦାରିଙ୍ଗବାଡ଼ି, ୦୫/୦୫, କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅଧିନସ୍ତ ଉପାନ୍ତ ଇଲାକାରେ ଥିବା ବିଭିନ୍ନ ଗ୍ରାମରେ ପହଞ୍ଚିଛନ୍ତି ଜିଲା କଂଗ୍ରେସ ମହିଳା ସଭା ନେତ୍ରୀ ରୁଦା ମଲିକ ଓ ରାଜ୍ୟ କଂଗ୍ରେସ ସମ୍ପାଦିକା ବିଳାସିନୀ ନାୟକ। ଦାରିଙ୍ଗବାଡି ବ୍ଲକ ମହକୁମା ଠାରୁ କାଟିଙ୍ଗିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଦୂରତା ପ୍ରାୟ ୫୫ କି.ମି ଠାରୁ ଅଧିକ। ମହିଳା ନେତ୍ରୀ ମାନେ ଏହି ପଞ୍ଚାୟତ ଅଧିନସ୍ତ ଉପାନ୍ତ ଇଲାକାର ବିଭିନ୍ନ ଗ୍ରାମରେ ପହଞ୍ଚି ମହିଳା ମାନଙ୍କ ସମସ୍ୟା ସହିତ ବିଧବା ଭତ୍ତା, ବାର୍ଦ୍ଧକ୍ଷ ଭତା ସହ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ସୂଚନା ରହିଛି। ହେଲେ କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ଅଧିନସ୍ତ ଉପାନ୍ତ ଗ୍ରାମ ଗୁଡିକରେ ସର୍ଵ ନିମ୍ନ ମୌଳିକ ଅଧିକାର ଯାହାକି ବିଶୁଦ୍ଧ ପାନୀୟ ଜଳ ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ବହୁ ଗରିବ ପରିବାର ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ରହି ଥିବା ଅବଗତ ହେବା ସହିତ ନେଟୱାର୍କ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହି ଥିବା ଅଭିଯୋଗ ପତ୍ର ସବୁ ନେଇ ଆସିଥିବା ଜିଲା ମହିଳା ସଭା ନେତ୍ରୀ ରୁଦା ମଲିକ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.