ଗ୍ରାମରେ ଜିଓ ଟାୱାର୍ ବସିବାକୁ ବିରୋଧ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଜାମୁଝରି ପଞ୍ଚାୟତ ନିକଟସ୍ତ ଟଡ୍ରି ଗ୍ରାମରେ ଘର ପାଖରେ ଜିଓ ଟାୱାର୍ ବସାଉଛନ୍ତି କହି ବିରୋଧ କରି ଗ୍ରାମର ଦୁଇ ପରିବାର କନ୍ଧମାଳ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ଗ୍ରାମବାସୀ ଏବଂ ୱାର୍ଡ଼ ମେମ୍ବର ଜିଓ ଟାୱାର ବସେଇବା ନିମନ୍ତେ ସରକାରଙ୍କୁ ସହଯୋଗ କରୁଥିବା ବେଳେ ଏପଟେ ଆଉ ଦୁଇ ପରିବାର ତାହା କଲେ ଆମର ବିପଦ ଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି l ଅନ୍ୟ ପଟେ ଘର ପାଖରେ ନକରି ସାଇ ବାହାରେ ଟାୱାର୍ ବସେଇଲେ ସମସ୍ତ ଙ୍କର ହିତରେ ଆସିବ ଏବଂ ଗ୍ରାହକ ଉପଭୋକ୍ତା ମାନେ ମଧ୍ୟ ନିର୍ଭୟରେ ଟାୱାର୍ ର ଉପଭୋଗ କରିପାରିବେ ବୋଲି ସରପଞ୍ଚ,ୱାର୍ଡ଼ ମେମ୍ବର କହିଛନ୍ତି l ଏ ନେଇ ସାମ୍ବାଦିକ କୁନା ଦିଗାଲ ଜିଲ୍ଲାପାଳଙ୍କ ସୁଚିନ୍ତିତ ମତାମତକୁ ଅପେକ୍ଷା କରିବାକୁ ଗ୍ରାମରେ ମତ ଦେଇଥିଲେ l

nis-ad
Leave A Reply

Your email address will not be published.