ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀନୃସିଂହ ଯାତ୍ରା ଆରମ୍ଭ

ହିଞ୍ଜିଳିକାଟୁ (୪।୫) : ହିଞ୍ଜିଳିକାଟୁ ପ୍ରସିଦ୍ଧ ୩ ଦିନିଆ ଲକ୍ଷ୍ମୀନୃସିଂହ ଯାତ୍ରା ଗୁରୁବାର ଦିନ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ହିଞ୍ଜିଳିକାଟୁ ପାଟଣା ସାହି ଲକ୍ଷ୍ମୀନୃସିଂହ ମନ୍ଦିର ଯାତ୍ରା କମିଟି ଓ କେଉଟ ସାହି ଯାତ୍ରା କମିଟି ତରଫରୁ ପାଳନ କରାଯାଇଛି। ଯାତ୍ରା ନିମନ୍ତେ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି, ତରାତରାରିଣୀ ରୋଡ, କଲେଜ ରୋଡ, ବ୍ଳକ କଲୋନି, ଉପର ରେଗିଡିସାହି, ତଳରେଗିଡିସାହି, ମେଇନ ରୋଡ, ରଜାସାହି, କେଉଟସାହି, ରଙ୍ଗୁଣି ସାହି ଥାନାସାହି ଓ ଥାନା ତୋଟା ସାହି ଊତ୍ସବ ମୁଖର ହୋଇପଡ଼ିଛି। ଏହି ସାହି ଗୁଡିକରେ ଆଲୋକମାଳା ସହ ରଙ୍ଗ ବେରଙ୍ଗବାନା ସହ ସୁଉଚ୍ଚ ତୋରଣ ସାହ ରେ ସଜାଯାଇଛି। କେତେକ ସାହିରେ ବିଭିନ୍ନ କଳାକୁଞ୍ଜଖୋଲାଯାଇଥିବା ଦେଖିବାକୁ ମିଳିଛି। ଯାତ୍ରା ନିମନ୍ତେ ମାନସିକଧାରି ବ୍ୟକ୍ତି ମାନେ ସହରର ପାଟଣା ସାହି ଲକ୍ଷ୍ମୀନୃସୀଂହ ମନ୍ଦିର ଓ ରାଜାସାହି ରେ ଥିବା ଲକ୍ଷ୍ମୀ ନୃସିଂହ ମନ୍ଦିର ରେ ଲକ୍ଷ୍ମୀ ନୃସିଂହ ଠାକୁରଙ୍କୁ ଦର୍ଶନ କରି ବିଭିନ୍ନ ଵେଶ ହାଡି ହାଡିଆଣି ବେଶ, ପିଲାଖାଇ ଡାହାଣୀ, ବାଘ ବେଶ, କୃଷ୍ଣ, ବଳଭଦ୍ର ବେଶ ଆଦି ପୌରାଣିକ ସହ ଆଧୁନିକ ଵେଷ ଧାରଣ କରି ସହର ପରିକ୍ରମା ଏକରୁଥିବା ଦେଖି ବାକୁ ମିଳିଛି। ଯାତ୍ରା ର ପ୍ରଥମ ଦିନ ଗୁରୁବାର ହିଞ୍ଜିଳିକାଟୁ ପାଟଣା ସାହି ଲକ୍ଷ୍ମୀନୃସିଂହ ମନ୍ଦିର ଠାକୁରଙ୍କୁ ବିମାନରେ ଵିରାଟ ପଟ୍ଟୁଆର ସହ ପାଟଣା ସାହି ରୁ ଵାହାରି ତରାତରାରିଣୀ ରୋଡ ଦେଇ ପୁଣିପାଟଣାସାହି ଦେଇ କଲେଜରୋଡ, ଵ୍ଳକ କଲୋନୀ, ଉପରରେଗିଡିସାହି, ତଳ ରେଗିଡିସାହି, ବସଷ୍ଟାଣ୍ଡ ଥାନା ପରିଷରକୁ ଯାଇ ପରିଵାଵଜାର ଦେଈ ପୁଣି ମନ୍ଦିର କୁ ଅଣାଯାଇଥିଲା।ଯାତ୍ରା ସୁପରିଚାଳନା ନିମନ୍ତେ ସ୍ଵାସ୍ଥ୍ୟ ବିଭାଗ, ପୋଲିସ ପ୍ରଶାସନ ,ପୌରପ୍ରଶାସନ, ବିଦ୍ବୁତ ବିଭାଗ,ସହ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ |

nis-ad
Leave A Reply

Your email address will not be published.