ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲେ ବିଜେପିର ପ୍ରତିନିଧି ଦଳ

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନରେ ହିଂସାକୁ ନେଇ ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ l ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଝାରସୁଗୁଡା ନୀତିମାଳ ଗାଁ ପାଇକାରା ଗ୍ରାମପଞ୍ଚାୟତରେ ବିଧାୟିକା କୁସୁମ ଟେଟେଙ୍କୁ ଆକ୍ରମଣ କରାଯାଇଛି, ଏ ନେଇ ଥାନାରେ ଏଫଆଇଆର ହୋଇଛି ହେଲେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ l ଯେଉଁଥିପାଇଁ ସିଇଓଙ୍କୁ ଭେଟି ତୁରନ୍ତ ଗିରଫ ଦାବି କରିଛି ବିଜେପିର ପ୍ରତିନିଧି ମଣ୍ଡଳୀ l ଓଡିଶାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ |

ବିଜେପି ନେତା ଓ କର୍ମୀ ନିର୍ବାଚନରେ ଭାଗ କିପରି ନନେବେ, ସେଥିପାଇଁ ବିଜେଡି ଭୟଭୀତ ପରିବେଶ ସୃଷ୍ଟି କରୁଛି l ଝାରସୁଗୁଡାରେ ମଧ୍ୟ ସମାନ ପରିସ୍ଥିତି ବିଜେଡି ସୃଷ୍ଟି କରୁଥୁବା ଅଭିଯୋଗ କରିଛି ବିଜେପି l ଗତକାଲି ମଧ୍ୟ ବିଜେପିର ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ | ନିର୍ବାଚନ ସମୟରେ କେନ୍ଦ୍ରୀୟ ପୋଲିସଙ୍କୁ ନିର୍ବାଚନରେ ନିୟୋଜିତ ସହିତ ଯୁଗ୍ମ ବୁଥ୍ କେନ୍ଦ୍ର ବାହାରେ ଓ ଭିତରେ ଡ୍ରୋନ କ୍ୟାମେରାର ବ୍ୟବସ୍ଥା କରାଯାଉ ବୋଲି ଦାବି କରାଯାଇଥିଲା | ଲୋକେ ରାଜ୍ୟ ସରକାରଙ୍କଠୁ ମୁହଁ ଫେରାଉଥିବା କାରଣରୁ ଶାସକ ବିଜେଡି ଝାରସୁଗୁଡାରେ ହିଂସାକୁ ଆପଣାଇଛି ବୋଲି ବିଜେପି ଅଭିଯୋଗ କରିଥିଲା |

nis-ad
Leave A Reply

Your email address will not be published.