ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ

ଖୋର୍ଦ୍ଧା: ବାଘମାରୀ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ଦେଢ଼ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗତକାଲି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ବାଘମାରୀ ଥାନାର ଏସ୍ଆଇ ଗାୟତ୍ରୀ ଗୋଚ୍ଛାୟତଙ୍କ ନେତୃତ୍ୱରେ ଏକ ଟିମ୍ ପୋଡ଼ାଡିହସ୍ଥ ମା’ ମହିଷାଶୁଣୀ ମନ୍ଦିର ପାଶ୍ୱର୍ସ୍ଥ ଅଂଚଳରେ ଚଢ଼ଉ କରିଥିଲେ । ଚଢ଼ଉରେ ୫ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ୧୩.୯୫ ଗ୍ରାମ ବ୍ରାଉନସୁଗାର ସହ ନମ୍ବର ପ୍ଲେଟ ବିହୀନ ଗୋଟିଏ କଳା ପଲସର ଓ ଗୋଟିଏ ନୀଳ ପଲସର ମୋଟର ସାଇକଲ ଜବତ କରାଯାଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପୋଡ଼ାଡିହର ପ୍ରସନ୍ନ ସେଠୀ ଓରଫ ଗନ୍ଧିଆ (୩୫), କମଳ ମଙ୍ଗରାଜ ଓରଫ ପପୁ (୨୮), ପବିତ୍ର ଜେନା ଓରଫ ଦିବ(୩୨), ବାଘମାରୀର ସୌଭାଗ୍ୟ ରଂଜନ ପଣ୍ଡା ଓରଫ କାହ୍ନା (୨୧), କଂଟାମଳିମର ଅଜୟ ସାମନ୍ତରାୟ ଓରଫ ରେବେନା (୨୬) । ସେମାନଙ୍କ ବିରୋଧରେ ୭୨/୨୦୨୩ରେ ଏନ୍ଡିପିଏସ୍ ଆଇନରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

nis-ad
Leave A Reply

Your email address will not be published.