ବ୍ଳକସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ

ଦାରିଙ୍ଗବାଡ଼ି,୧/୫ : ଦାରିଙ୍ଗବାଡ଼ିରେ ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ ସମିତି ସଭାଗୃହରେ ପାଳନ କରାଯାଇଛି । ଏଥିରେ ବ୍ଳକର ବିଭିନ୍ନ ପଞ୍ଚାୟତର ଶ୍ରମିକ, ବୁଦ୍ଧିଜୀବୀ ଓ ଶ୍ରମିକଙ୍କ ବିକାଶ ନେଇ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମଚାରୀ ଉପସ୍ଥିତ ଥିଲେ । ବିଡିଓ ଗଦାଧର ପାତ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଘୁ ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ମୁଖ୍ୟ ବକ୍ତା ଭାବେ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ୍ ର ଜାତୀୟ ନିର୍ଦ୍ଦେଶକ ଗୁରୁପ୍ରସାଦ ରାଓ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଚନ୍ଦ୍ରିକା ମଲିକ,ସ୍ବେଚ୍ଛାସେବୀ ଅନୁଷ୍ଠାନ ଜାଗୃତି ର ସମ୍ପାଦକ କୈଳାସ ଦଣ୍ଡପାଟ, ମିଶନ ଶକ୍ତି ବିପିଏମ ପିଣ୍ଟୁ ନାୟକ ଯୋଗଦେଇ ଶ୍ରମିକଙ୍କ ବିଭିନ୍ନ ସମସ୍ୟା, ସମସ୍ୟାର ସମାଧାନ ଓ ଶ୍ରମିକଙ୍କ ପାଇଁ ରହିଥିବା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ ସୂଚନା ଦେଇ ସଚେତନ କରିଥିଲେ । ଏହି ବସରରେ ଅତିଥିମାନେ ନୂତନ ଭାବେ ପାଇ ଥିବା ଶ୍ରମିକଙ୍କୁ ଶ୍ରମିକ କାର୍ଡ଼ ଓ ଜବ କର୍ଡ଼ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ପତିତପାବନ ରାଉତ ସଂଯୋଜନା କରିଥିଲା ବେଳେ ଦାରିଙ୍ଗବାଡ଼ି ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଅଧ୍ୟକ୍ଷ ଇଂ. ପ୍ରଦୀପ କୁମାର ସାହୁ ଦକ୍ଷ ଶ୍ରମିକ ହେବା ପାଇଁ ଶ୍ରମିକଙ୍କୁ ଆହ୍ୱାନ ଦେବା ସହିତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

nis-ad
Leave A Reply

Your email address will not be published.