ମୃତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ହଡପ ଅଭିଯୋଗ

ହିଞ୍ଜିଳିକାଟୁ, ୩୦।୪: ହିଞ୍ଜିଳି ଥାନା ଶିକିରି ଶାଖା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ମୃତା ବ୍ୟକ୍ତି ଙ୍କ ସେଭିଙ୍ଗ ଖାତାରୁ ବିଭିନ୍ନ ସମୟରେ ପ୍ରାୟ ୧ଲକ୍ଷ ୮୦ହଜାର ଟଙ୍କା ଏଟିଏମ୍ ମାଧ୍ୟମରେ ହଡପ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ, ଶିକିରି ଗ୍ରାମ ର ଯୋଗେନ୍ଦ୍ର ଭଉଳଙ୍କ ମାଆ ସୁରେଖା ଭଉଳଙ୍କ ନାମରେ ଏକ ସେଭିଙ୍ଗ ଖାତା ଶିକିରି ଏସବିଆଇ ଶାଖାରେ ଥିଲା। ସୁରେଖାଙ୍କ ୨୦୧୭ ନଭେମ୍ବର ୧ରେ ମୃତ୍ୟୁ ଘଟିଥିଲା। କିନ୍ତୁ ମାଆଙ୍କ ମୃତ୍ୟୁ ପରେ ମଧ୍ୟ ବିଭିନ୍ନ ସମୟରେ ଏଟିଏମ୍ ରୁ ପ୍ରାୟ ୧ଲକ୍ଷ ୮୦ହଜାର ଟଙ୍କା ହଡପ ହୋଇଥିବା ଯୋଗେନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଏହି ଘଟଣା ପରେ ବ୍ୟାଙ୍କ କତୃପକ୍ଷଙ୍କୁ ଯୋଗେନ୍ଦ୍ର ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି। ହିଞ୍ଜିଳି ଥାନାରେ ନଂ ୨୭୫/୨୩ରେ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ ଚଳାଇଛି।

nis-ad
Leave A Reply

Your email address will not be published.