ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ କାର୍ଯ୍ୟ ନିମ୍ନମାନର,ନିର୍ମାଣର ମାସେ ନପୁରୁଣୁ ରାସ୍ତାରୁ ଉଠିଲା ପିଚୁ…
ଜେଇ ଙ୍କ ପାଖରେ ନା ଅଛି ଖବର ନା ଅଛି ଅଟକଳ ମୂଲ୍ୟ…
ଧର୍ମକୁ ଆଖିଠାର ନୀତିରେ ହୋଇଛି କାମ…!!
ମାଲକାନଗିରି : ମାସେ ତଳେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତାର ଉନ୍ନତି କରଣ କାମ କରାଯାଇଥିଲା । ହେଲେ ଅତି ନିମ୍ନମାନର କାମ ଯୋଗୁ ଏହା ଏବେ ନଷ୍ଟ ହେବାକୁ ବସିଲାଣି ।ରାସ୍ତାର ଅଧିକାଂଶ ସ୍ଥାନରେ ପିଚୁ ଉଠି ମୋରୁମ୍ ଦେଖାଗଲାଣି । ଏଥି ସହିତ ଅନେକ ମଝି ରାସ୍ତାରେ ଫାଟ ମଧ୍ୟ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ।ସୂଚନା ମୁତାବକ ଉକ୍ତ ରାସ୍ତା କାମର ଠିକାଦାର ଜଣକ ଗୋଟିଏ ରାତି ମଧ୍ୟରେ ତରବର ଭାବେ ଅତି କମ ପିଚୁ ମିଶ୍ରିତ ବଜୁରି ରେ ରାସ୍ତା କରିବା ଏବଂ ରୋଲିଂ ନକରିବାରୁ ଗୋଟିଏ ମାସ ନପୁରୁଣୁ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖାଦେଇଛି । ତେବେ ରାସ୍ତା କାମକୁ ନେଇ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ଗ୍ରାମ୍ୟ ନିମାର୍ଣ ବିଭାଜନ-୨ ପକ୍ଷରୁ ଏମ୍,ପି,ଭି ୫ ଗ୍ରାମଠାରୁ ଭାୟା କୁମ୍ଭାଗୁଡା ପର୍ଯ୍ୟନ୍ତ ୨.୧୦୦ କିମି ପିଚୁରାସ୍ତା ଉନ୍ନତି କରଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଲକ୍ଷାଧିକ ଟଙ୍କାର ଟେଣ୍ଡର କରାଯାଇଥିଲା। ଏହି ଟେଣ୍ଡର ପ୍ରୋମଦ କୁମାର ସ୍ବାଇଁ ନାମକ ଜଣେ ଠିକାଦାରଙ୍କ ନାମରେ ରହିଥିବାର ଜଣାପଡ଼ିଛି । ହେଲେ ଏହି ରାସ୍ତା କାମ ଏତେ ନିମ୍ନ ମାନକାମ କରାଯାଇଛି ଯେ ରାସ୍ତା ସାରା ଫାଟ ସୃଷ୍ଟି ହେବା ସହ ରାସ୍ତା ଉପରୁ ପିଚୁ,ବାଜୁରୀ ସବୁ ଉଠିଗଲାଣି । ଏହି ରାସ୍ତାଦେଇ କୌଣସି ଭାରି ଯାନବାହାନ ଜତାୟତ କରୁନଥିବା ବେଳେ ବର୍ତ୍ତମାନ ରାସ୍ତା ସବୁ ନଷ୍ଟ ହୋଇଗଲାଣି ତେବେ ଭାରି ଯାନ ଗଲେ ରାସ୍ତାର ଅବସ୍ଥା କଣ ହେବ ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ପୁରୁଣା ରାସ୍ତା ଉପରେ ଅଳ୍ପ ପରିମାଣର ପିଚୁ ଦିଆଯାଇ ରାସ୍ତା କାମକୁ ଶୀଘ୍ର ସାରି ଦିଆଯାଇଥିବାର ଅଭିଯୋଗ ହୋଇଛି ।ଯାହା ଗୋଡ଼ରେ ଆଡ଼େଇ ଦେଲେ ଉଠି ଯାଉଛି । ଏଭଳି ନିମ୍ନମାନର କାମ କରାଯାଇ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଉଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ଏହାକୁ ପୁନଃନିର୍ମାଣ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି ।