ମାଲକାନଗିରି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କୁ ମନକୀ ବାତ ମାଧ୍ୟମରେ ଉଦ୍ବୋଧନ କାର୍ଯ୍ୟକ୍ରମ ସ୍ଥାନୀୟ ୮ନଂ ୱାର୍ଡରେ ଆୟୋଜିତ ହୋଇଯାଇଛି । ଭାରତରେ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରଠାରୁ ଶ୍ରୀ ମୋଦି ସ୍ୱାଧୀନ ଭାରତର ପ୍ରତ୍ୟେକ ନାଗରିକଙ୍କ ସହ ସିଧାସଳଖ ଭାବର ଆଦାନପ୍ରଦାନ ପାଇଁ ରେଡ଼ିଓ ମାଧ୍ୟମରେ ନିଜର ମନକୀ ବାତ କାର୍ଯ୍ୟକ୍ରମକୁ ସଫଳତାର ସହ କରିଆସୁଛନ୍ତି । ବିଭିନ୍ନ ସମୟରେ ଦେଶ,ରାଜ୍ୟ ଓ ଗ୍ରାମାଞ୍ଚଳରେ ହେଉଥିବା ସମସ୍ୟା, ସ୍ୱାସ୍ଥ୍ୟ ମହିଳାଙ୍କ ଦ୍ୱାରା ପରିଚାଳିତ ସ୍ଵୟଂ ସହାୟକ ଗୋଷ୍ଠି ,ନୂତନ ଉଦ୍ୟେଗୀ ଙ୍କୁ ମନକୀ ବାତ କାର୍ଯ୍ୟ ମାଧ୍ୟମରେ ଉତ୍ସାହିତ କରିଥାନ୍ତି । କୋରନା ମହାମାରୀ ସମୟରେ ସାରା ଦେଶ ଦୁଃଖ, ଭୟରେ ବ୍ୟସ୍ତ ବିବ୍ରତ ହୋଇ ପଡିଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ କୋରନାରୁ ବର୍ତ୍ତିବା ଉପାୟ ଓ ସମାଧାନ ବିଷୟରେ ମତାମତ ଲୋଡ଼ିବା ସହ ପରାମର୍ଶ ମାଗିଥିଲେ । ଦୀର୍ଘ ଦିନଧରି ମନକୀ ବାତ କାର୍ଯ୍ୟକ୍ରମ କରି ଆସୁଥିବାରୁ ଏହା ସରାଦେଶରେ ଲୋକଙ୍କ ମନଛୁଆଁ ହୋଇପାରିଛି । ଆଜିର ଏହି ମନକୀ ବାତ କାର୍ଯ୍ୟକ୍ରମ ର୧୦୦ ଶତ ତମ ସଂସ୍କରଣ କେବଳ ଦେଶନୁହେଁ ସାରାବିଶ୍ଵରେ ପ୍ରସାରିତ ହେଉଥିବା ବେଳେ ଆଧୁନିକ ଭାରତର ବିଜୟ ଧ୍ୱଜା କୁ ନେଇ ସମଗ୍ର ଭାରତ ବାସୀଙ୍କ ମନରେ ଗର୍ବ ଅନୁଭବ କରୁଥିବା ପ୍ରତୟମାନ ହେଉଅଛି ।ଆଜିର ଏହି ମନକୀ ବାତ କାର୍ଯ୍ୟକ୍ରମ ରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ଯୋଗଦେଇ ଥିବାବେଳେ ସଦର କାର୍ଯ୍ୟକର୍ତ୍ତା ମହିଳା ମୋର୍ଚ୍ଚା ପକ୍ଷରୁ ବେଣୀ କାର୍ତୁଲ,ସୌଦାମିନୀ ଆଚାର୍ଯ୍ୟ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post