ଗଞ୍ଜାମ ଜିଲ୍ଲାରେ ଅଣସର୍ଭେ/ ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ…


ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଅଣସର୍ଭେ/ ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ। ଏହା ଓଡିଶା ରେ ଏକ ରେକର୍ଡ ବୋଲି ବିବେଚନା କରାଯାଉଛି । ଆଜି ପର୍ଯ୍ୟନ୍ତ ଓଡିଶାରେ ମାତ୍ର ୧୪ ଟି ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମରେ ପରିଣତ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏକକାଳୀନ ୩୮ ଟି ଜଙ୍ଗଲ ଗ୍ରାମକୁ ରାଜସ୍ୱ ପର୍ଷଦ, ଓଡିଶା ଙ୍କ ଦ୍ଵାରା ରାଜସ୍ୱ ଗ୍ରାମର ମାନ୍ୟତା ଦିଆଯାଇଛି । ବିବରଣୀ ରୁ ଜଣାଯାଏ ଯେ , ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ର ପତ୍ର ସଂଖ୍ୟା :୪୪୭୮ ତାରିଖ: ୦୨.୦୩.୨୦୧୭ ଅନୁସାରେ ଗଞ୍ଜାମ ଜିଲ୍ଲାରେ ୫୩ ଟି ଅଣସର୍ଭେ/ ଜଙ୍ଗଲ ଗ୍ରାମ ଥିଲା । ତହସିଲ୍ ସ୍ତରରେ ଏହାର ତଦନ୍ତ ପରେ ଜଣାଗଲା ଯେ ଏଥି ମଧ୍ୟରୁ ୧୩ ଟି ଗ୍ରାମ ଆଗରୁ ରାଜସ୍ୱ ଗ୍ରାମର ମାନ୍ୟତା ପାଇଛି ଓ ଗୋଟିଏ ଗ୍ରାମରେ କୌଣସି ଲୋକ ସଂଖ୍ୟା ନଥିବାରୁ ତାହା ରାଜସ୍ୱ ଗ୍ରାମ ହୋଇନ।ହିଁ । ଏହା ବାଦ୍ ସମୁଦାୟ ୩୯ ଟି ଅଣସର୍ଭେ/ ଜଙ୍ଗଲ ଗ୍ରାମ ଥିଲା । ଯେଉଁ ଗ୍ରାମ ଗୁଡିକରେ ମୁଖ୍ୟତଃ ଅନୁସୂଚିତ ଜନଜ।ତି ର ଲୋକମାନେ ବସବାସ କରନ୍ତି । ଜିଲ୍ଲାପାଳ , ଗଞ୍ଜାମ ଙ୍କ ନେତୃତ୍ଵ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ୩୯ ଟି ଗ୍ରାମକୁ ରାଜସ୍ୱ ଗ୍ରାମ କରିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ , ଗଞ୍ଜାମ ଓ ସମ୍ପୃକ୍ତ ତହସିଲଦାର ମାନଙ୍କୁ ଦାୟିତ୍ଵ ଦିଆଯାଇଥିଲା । ଏହି ପରିବର୍ତ୍ତନ କ।ମ ଟି ମୁଖ୍ୟତଃ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଦ୍ଵାରା ସଞ୍ଚାଳିତ ହେଉଥିଲେ ହେଁ ଏଥିରେ ରାଜସ୍ୱ ବିଭାଗ ଓ ଜଙ୍ଗଲ ବିଭାଗର ମିଳିତ ପ୍ରଚେଷ୍ଟା ରେ କରାଯାଏ । ଏହି ସମସ୍ତ କାମ ରାଜସ୍ୱ ବିଭାଗର ଗାଇଡ୍ ଲାଇନ୍ ସଂଖ୍ୟା:୭୨ ତାରିଖ :୦୨.୦୨.୨୦୧୭ ଅନୁସାରେ କରାଯାଏ । ଏହି ଅନୁସାରେ ପ୍ରଥମ ପର୍ଯ୍ୟାୟ ରେ ୩୯ ଟି ଗ୍ରାମରେ ରାଜସ୍ୱ ବିଭାଗର ଉପରୋକ୍ତ ନିୟମ ଅନୁସାରେ ଏହି ୩ ବିଭାଗର ମିଳିତ ସହାୟତା ରେ କେସ ରେକର୍ଡ ତିଆରି କରି ୨୦୨୧ ମସିହାରେ ରାଜସ୍ୱ ପର୍ଷଦ , ଓଡିଶା ଙ୍କୁ ପଠ।ଗଲା। କିନ୍ତୁ ,ରାଜସ୍ୱ ପର୍ଷଦ , ଓଡିଶା ଏହି କେସ ରେକର୍ଡ ଗୁଡିକୁ ତନଖି କରି ଏଥିରେ କେତେକ ସଂଶୋଧନ କରିବା ପାଇଁ ମତାମତ ସହ ୨୦୨୨ ମସିହାରେ ଜିଲ୍ଲା କାର୍ଯ୍ୟ।ଳୟ କୁ ଫେରାଇଦେଲେ । ପୁନଃଶ୍ଚ ରାଜସ୍ୱ ପର୍ଷଦ , ଓଡିଶା ଙ୍କ ନିର୍ଦ୍ଦେଶ ଅନୁସାରେ ପୁଣି ଥରେ ଉପରୋକ୍ତ ୩ ବିଭାଗର ସହାୟତା ରେ ୩୮ ଟି ଗ୍ରାମର ସଂପୂର୍ଣ୍ଣ କେସ ରେକର୍ଡ ରାଜସ୍ୱ ପର୍ଷଦ , ଓଡିଶା ଙ୍କୁ ୨୦୨୩ ମସିହା, ଜାନୁଆରୀ ଓ ଫେବୃଆରି ମାସରେ ଦାଖଲ କରାଗଲା । ଉକ୍ତ କେସ ରେକର୍ଡ କୁ ତନଖି ପରେ ରାଜସ୍ୱ ପର୍ଷଦ ସମସ୍ତ ୩୮ ଟି ଯାକ ଅଣସର୍ଭେ/ ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ଦେଇଛନ୍ତି । ଏହି ୩୮ ଟି ଗ୍ରାମ ୪ ଟି ତହସିଲ୍ ଯଥା କୋଦଳା , ପୋଲସରା , ସୋରଡା ଓ ଧରାକୋଟ ରେ ଅନ୍ତର୍ଗତ । ଧରାକୋଟ ତହସିଲ୍ ର ୭ ଟି ଗ୍ରାମ ଓ ସୋରଡା ର ୧୨ ଟି ଗ୍ରାମ ୧୩.୦୪.୨୦୨୩ ତାରିଖରେ ,କୋଦଳା ର ୫ ଟି ଓ ପୋଲସରା ର ୧୩ ଟି ଗ୍ରାମ ୨୩.୦୩.୨୦୨୩ ତାରିଖରେ ଏବଂ ସୋରଡା ର ଗୋଟିଏ ଗ୍ରାମ ୧୭.୦୪.୨୦୨୩ ତାରିଖରେରାଜସ୍ୱ ଗ୍ରାମର ମାନ୍ୟତା ପାଇଛି । Foundation for Ecological Security(FES) ନାମକ ଏକ ସ୍ଵେଚ୍ଛାସେବୀ ସଂସ୍ଥା ଏହି କାମରେ ଜିଲ୍ଲା ପ୍ରଶାସନ କୁ ସହଯୋଗ କରିଥିଲେ । ଏହି ଗ୍ରାମଗୁଡିକ ରାଜସ୍ୱ ଗ୍ରାମକୁ ପରିବର୍ତ୍ତନ ହେବ ଫଳରେ ସେହି ଗ୍ରାମର ଲୋକମାନେ ସରକାରଙ୍କ ଦ୍ଵାରା ଦିଆଯାଉଥିବା ସମସ୍ତ ସୁବିଧା ଯଥା ଜମିବାଡି ସମ୍ପତ୍ତି ର ଅଧିକାର , ଜାତି ପ୍ରମାଣ ପତ୍ର , ଆୟ ପ୍ରମାଣ ପତ୍ର, ଗୃହ ପ୍ରମାଣ ପତ୍ର, ଜମିବାଡି ର କିଣାବିକା ଆଦି କରିପାରିବେ ଓ ସେହି ଗ୍ରାମ ମାନଙ୍କରେ ବିଭିନ୍ନ ସରକାରୀ ଅନୁଷ୍ଠାନ ନିର୍ମାଣ କରାଯାଇପାରିବ । ଏଥି ସହିତ ମଧ୍ୟ ଏହି ୩୮ ଟି ଗ୍ରାମକୁ ଜଙ୍ଗଲ ଅଧିକାର ଆଇନ୍ ବଳରେ ଗୋଷ୍ଠୀ ଜଙ୍ଗଲ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ପରିଚାଳନା ଅଧିକାର ର ଶିରୋନାମା ମଧ୍ୟ ପ୍ରଦାନ କରାଯାଇଛି ।

nis-ad
Leave A Reply

Your email address will not be published.