ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ଆଇନଜୀବୀ ଦିବସ ପାଳିତ

ଫୁଲବାଣୀ : ଓକିଲ ଦିବସ ହେଉଛି ପ୍ରତିବର୍ଷ ଏପ୍ରିଲ ୨୮ ରେ ଭାରତର ଓଡ଼ିଶାରେ ପାଳନ କରାଯାଉଥିବା ଏକ ବୃତ୍ତିଗତ ପାଳନ l ଓଡ଼ିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପ୍ରଥମ ଓଡିଆ ଓକିଲ ମଧୁସୂଦନ ଦାସଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏହା ପ୍ରତିଷ୍ଠା କରାଯାଇଥିଲା । ମଧୁସୂଦନ ଦାସ କଟକ ଜିଲ୍ଲାରେ ୨୮ଏପ୍ରିଲ ୧୮୪୮ ରେ ଜନ୍ମଗ୍ରହଣ କରିଥିଲେ। କଟକ ଉଚ୍ଚ ବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ ତାଙ୍କୁ କଲିକତା ବିଶ୍ୱବିଦ୍ୟାଳୟରେ ଭର୍ତ୍ତି କରାଯାଇଥିଲା। ଛଅ ବର୍ଷ ପରେ, ମଧୁସୂଦନ ଦାସ ପ୍ରଥମ ଓଡିଆ ହୋଇ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସେ ୧ ୮୭୩ ମସିହାରେ ମାଷ୍ଟର ଅଫ୍ ଆର୍ଟ ଡିଗ୍ରୀ ଏବଂ ୧୮୭୮ ମସିହାରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପାଇଁ ଅଧ୍ୟୟନ ଜାରି ରଖିଥିଲେ ଏବଂ ଏହିପରି ପ୍ରଥମ ଓଡିଆ ଓକିଲ ହୋଇ ଥିଲେ।୧୮୮୧ ମସିହାରେ, ମଧୁସୂଦନ ଦାସ ଓଡ଼ିଶାକୁ ଫେରି ଏକ ଆଇନଗତ ଅଭ୍ୟାସ ଖୋଲିଥିଲେ ।ତାଙ୍କର ପାରଦର୍ଶୀତା ତାଙ୍କୁ ପର୍ଯ୍ୟାପ୍ତ ଅର୍ଥ ଉପାର୍ଜନ କରିବାକୁ ଅନୁମତି ଦେଲା ଯାହା ଦ୍ଵାରା ସେ ପ୍ରୋ ବୋନୋ କାମ କରିବାକୁ ସକ୍ଷମ ହେଲେ, ଗରିବ ଲୋକମାନଙ୍କର ସ୍ୱାର୍ଥ ରକ୍ଷା କରି ଯାହାର ଆଇନଗତ ସହାୟତା ନଥିଲା l ବାସ୍ତବରେ, ମଧୁସୂଦନ ଦାସଙ୍କ କେତେକ ପ୍ରସିଦ୍ଧ ମାମଲା ସମଗ୍ର ଓଡ଼ିଶାରେ ଚହଳ ପକାଇ ଦେଇଥିଲା । ତାଙ୍କର ଜନ୍ମ ଜୟନ୍ତୀ ଅବସରରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ସଙ୍ଘ ସଭାପତି ତଥା ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତିଙ୍କ ସଭାପତିତ୍ୱରେ ଏବଂ ସମ୍ପାଦକ କମଳ କୁମାର ବେହେରାଙ୍କ ନେତୃତ୍ୱରେ ଆଇନଜୀବି ଦିବସ ମହାସମାରୋହରେ ପାଳିତ ହୋଇଛି l ସର୍ବ ପ୍ରଥମେ ସକାଳ ୭ଟା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାର୍ଲ୍ୟାର୍ପଣ କରାଯାଇ ଥିଲା l ସଭାପତି ମଧୁବାବୁ ଙ୍କ ଆଦର୍ଶ ଆଚରଣ ବୃତ୍ତି ପେଶା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଉପ ସଭାପତି ବୀଣାପାଣି ପ୍ରଧାନ, ସହ ସମ୍ପାଦକ ରଞ୍ଜନ ଦାସଙ୍କ ସମେତ ରମେଶ ଚନ୍ଦ୍ର ମହାନ୍ତି,ସତ୍ୟ ନାରାୟଣ ବେହେରା, ହରିଶ୍ଚନ୍ଦ୍ର ମହାରଣା, ଦେବ ବ୍ରତ ପ୍ରଧାନ, ଅସୀମ ପ୍ରହରାଜ, ମନୋଜ ପଟ୍ଟନାୟକ, ଦୁର୍ଗା ପଟ୍ଟନାୟକ, ପ୍ରଦୀପ୍ତ ନାୟକ,ଦିଲ୍ଲୀପ ବାନାର୍ଜୀ, ନରେଶ ପାଢୀ, ଆଦିତ୍ୟ ପ୍ରସାଦ ତ୍ରିପାଠୀ,ଜୟନ୍ତୀ ପାଣିଗ୍ରାହୀ,ନିହାରିକା ପାତ୍ର,ଵିରେନ୍ଦ୍ର ସୁବୁଦ୍ଧିଙ୍କ ସହ ସମସ୍ତ ବାର ସଦସ୍ୟ ଉପସ୍ଥିତ ଥିଲେ l ସନ୍ଧ୍ୟାରେ ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ଠାରେ ମଧୁବାବୁ ଜୟନ୍ତୀ ଅବସରରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରା ଜଜ ସତ୍ୟପିର ମିଶ୍ର ଯୋଗ ଦେଇଥିବା ବେଳେ ସଂମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏବଂ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଯୋଗ ଦେଇଥିଲେ l ସେହିପରି ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ରବିନ୍ଦ୍ର ନାଥ ମିଶ୍ର ଯୋଗ ଦେଇ ମଧୁବାବୁଙ୍କ ନୀତି ଆଦର୍ଶ ଉପରେ ଆଲୋକପାତ କରିଥିଲେ lମଞ୍ଚାସିନ ଅତିଥିଙ୍କ ଦ୍ୱାରା ଫୁଲବାଣୀ ବାରରେ ୩୦ ବର୍ଷରୁ ଉର୍ଦ୍ଧ୍ବ ଆଇନ ବ୍ୟବସାୟ କ୍ଷେତ୍ରରେ ବ୍ରତୀ ଥିବା ଓକିଲା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

nis-ad
Leave A Reply

Your email address will not be published.