ରାଜୀବ ମେମୋରିଆଲ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଟ୍‌ର ୩୨ ତମ ବାର୍ଷିକ ଉତ୍ସବ

ବ୍ରହ୍ମପୁର : ରାଜୀବ ମେମୋରିଆଲ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁଟ୍‌ର ୩୨ ତମ ବାର୍ଷିକ ଉତ୍ସବ ଇଂ.ଜିତେନ୍ଦ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ଆଞ୍ଚଳିକ ଅଧିକାରୀ ଡ଼ଃ .ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗ ଦେଇ ବୃତ୍ତି ଗତ ଶିକ୍ଷାର ମାର୍ଗଦର୍ଶନ କରାଇବା ବେଳେ ସମ୍ମାନିତ ଅତିଥି ଭାବେ ଆର୍.ଏମ୍.ଆଇ.ଟିର ନିର୍ଦ୍ଦେଶକ ତଥା ଏଚ୍.ଆଇ.ଟି ଚେୟାରମେନ ରାଜେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ପରାମର୍ଶ ଦେଇଥିଲେ | ମୁଖ୍ୟ ବକ୍ତା ଭାବେ ହୋଲି ଇନନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ଅଧ୍ୟକ୍ଷ ଇଂ ଶିବ ପ୍ରସାଦ ମହାପାତ୍ର ଏବଂ ସଂପାଦକ ଇଂ ଧୀରେଜ କୁମାର ପଣ୍ଡା ଯୋଗଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପୁର୍ବରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ସ୍ବେତାଲିନ ପଣ୍ଡା,ବିରେନ୍ କୁମାର ଦେବତା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଆର୍.ଏମ୍.ଆଇ.ଟି ର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଗଞ୍ଜାମରୁ ରମେଶ କୁମାର ସାହୁଙ୍କ ରିପୋର୍ଟ ଶପଥ ନ୍ୟୁଜ

nis-ad
Leave A Reply

Your email address will not be published.