ଉପାନ୍ତ ଇଲାକା ମିଞ୍ଜାପଙ୍କାରେ ବିଧାୟକ – ଶିକ୍ଷା ସ୍ୱାସ୍ଥ୍ୟ, ପାନୀୟ ଜଳ, ନେଟୱାର୍କ ଓ ଗମନାଗମନ ସମସ୍ୟା ବୁଝିଲେ

ଦାରିଙ୍ଗବାଡ଼ି, ୨୮/୦୪ : ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗି ଗ୍ରାମ ପଞ୍ଚାୟତର ଉପନ୍ତା ଇଲାକାରେ ଥିବା ମିଞ୍ଜାପଙ୍କା ଗ୍ରାମରେ ପହଁଚିଲେ। ଏହି ଗ୍ରାମ ବ୍ଲକ ମହକୁମାଠାରୁ ପ୍ରାୟ ୭୦ କି .ମି ଦୂର ସହିତ ଗଞ୍ଜାମ ଜିଲା ଓ ଗଜପତି ଜିଲା ସୀମାନ୍ତରେ ଅବସ୍ଥିତ। ମିଞ୍ଜାପଙ୍କା ଅଞ୍ଚଳ ବାସୀଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ସାଲୁଗା ପ୍ରଧାନ ଯୋଗ ଦେଇ ପାନୀୟ ଜଳ, ନେଟୱାର୍କ ସମସ୍ୟା ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନା ଗମାନର ସମସ୍ୟାର ଯଥା ଶୀଘ୍ର ସମାଧ କରିବାକୁ ପ୍ରତିଶୃତି ଦେଇ ଥିବା ଜଣାପଡିଛି। ଏହି ଅବସରରେ ଟୁକୁନା ମହାନ୍ତିଙ୍କ ନେତୃତ୍ୱରେ ସାଲବା ଗ୍ରାମର ୮୦ ପରିବାର ଓ ବ୍ରାହ୍ମଣୀଗାଁ ଅଞ୍ଚଳର ବିଜେଡି କର୍ମୀଙ୍କ ନେତୃତ୍ୱରୁ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ ବିଜେଡି ଦଳରେ ସାମିଲ ହୋଇଥିବା ଖବର ହସ୍ତଗତ ହୋଇଛି। କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନଙ୍କ, ଜିଲା ପରିଷଦ ସଦସ୍ୟ, ସାଂସଦ ପ୍ରତିନିଧି, ବିଧାୟକ ପ୍ରତିନିଧି, ଦାରିଙ୍ଗବାଡି ଓ ବ୍ରାହ୍ମଣୀଗାଁ ଅଞ୍ଚଳର ବହୁ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ। ପୂର୍ବରୁ ମିଞ୍ଜାପଙ୍କା ଅଞ୍ଚଳକୁ କଂଗ୍ରେସର ଦୁର୍ଗ କୁହା ଯାଉଥିଲା। ହେଲେ ବିଧାୟକଙ୍କ ଗସ୍ତରୁ ଏହି ଅଞ୍ଚଳବାସୀ ବହୁ ସଂଖ୍ୟରେ ବିଜେଡିରେ ସାମିଲ ହୋଇଥିବା ପ୍ରକାଶ ପାଇଛି।

nis-ad
Leave A Reply

Your email address will not be published.