ସ୍କୁଲ ବହି ବିକ୍ରି କରିବା ଘଟଣା: ଭିଡିଓ ଭାଇରାଲ ପରେ କାର୍ଯ୍ୟରୁ ନିଲମ୍ବିତ ହେଲେ ସିଆରସିସି

ବେଗୁନିଆ : ସ୍କୁଲ ବହି ବିକ୍ରି କରିବା ସିଆରସିସିଙ୍କ ପାଇଁ ମହଙ୍ଗା ପଡ଼ିଲା । କାର୍ଯ୍ୟରୁ ନିଲମ୍ବିତ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କ୍ଲଷ୍ଟର ସିଆରସିସି ମନମୋହନ ମିଶ୍ର । ତାଙ୍କୁ ସସପେଣ୍ଡ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ସ୍କୁଲ ବହି ବିକ୍ରି କରିବା ବେଳେ ସିଆରସିସି ମନମୋହନ ମିଶ୍ରଙ୍କୁ ଧରିଥିଲେ ଗାଁ ଲୋକ ।

ଧରାପଡିବାରୁ ସେ କାନ ଧରି ବସ୍‌ଉଠ ହୋଇଥିଲେ ଦେଉଳି ସ୍ଥିତ ସତମାର୍ଗ ଇଂରାଜୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ବହି ଆସିଥିଲା । ହେଲେ ସିଆରସିସି ଏକ କବାଡି ବାଲାକୁ ସମସ୍ତ ବହି ବିକ୍ରି କରୁଥିବା ବେଳେ ଗ୍ରାମବାସୀ ଓ ବ୍ଲକ ଉପାଧ୍ୟକ୍ଷ ପହଂଚି ଅଟକ ରଖିଥିଲେ । ଗ୍ରାମବାସୀଙ୍କ ହାତରେ ଧରାପଡିବାରୁ ଭୁଲ ମାଗି କାନଧରି ବସଉଠ ହୋଇଥିଲେ ସିଆରସିସି । ଏହି ଭିଡିଓ ଭାଇରାଲ ହୋଇଥିଲା ।

nis-ad
Leave A Reply

Your email address will not be published.