ଓଡ଼ିଶାରେ କମିଛି କୋଭିଡ ସଂକ୍ରମଣ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଆମ ପଡ଼ୋଶୀ ରାଜ୍ୟରେ କୋଭିଡ ସଂକ୍ରମଣ ବଢିଛି। ଅପରପକ୍ଷେ ଗତ ଦୁଇ ଦିନ ହେବ ରାଜ୍ୟରେ କୋଭିଡ ସଂକ୍ରମଣ କମିଛି। ଆଜି ସୁଦ୍ଧା ରାଜ୍ୟରେ କୋଭିଡ ରୋଗୀଙ୍କ ସଂଖ୍ୟା ୩୦୮୬ରେ ପହଞ୍ଚିଛି। ଏଥିରୁ  ମାତ୍ର ୪୩ ଜଣ ଡାକ୍ତରଖାନାରେ ଅଛନ୍ତି। ଅର୍ଥାତ ୨ ପ୍ରତିଶତରୁ କମ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ବୟସ୍କ ଲୋକ ହିଁ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି। କୋଭିଡ ସଂକ୍ରମଣ ଏବେ ସ୍ଥିରତାରେ ଅଛି। କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଡାକ୍ତରୀ ଟିମକୁ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋଭିଡ ସଂକ୍ରମଣ ହାସ ପାଇଛି। ଆଜି ୬୬୬୦ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୈନିକ ହାରରେ ଏହା ୩.୫୨ ପ୍ରତିଶତ ଏବଂ ସାପ୍ତାହିକ ହାରରେ ଏହା ୫.୪୨ ପ୍ରତିଶତ ହ୍ରାସ ପାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି। ଏଥିରେ କେରଳରୁ ସର୍ବାଧିକ ୯ ଜଣ, ପଂଜାବରୁ ୪, ଦିଲ୍ଲୀରୁ ୩ ଜଣ ଥିବା ବେଳେ ଉଭୟ ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକରୁ ୨ ଜଣ ଲେଖାଏଁ ଅଛନ୍ତି। ସେହିପରି ବିହାର, ହରିୟାଣା, ରାଜସ୍ଥାନ, ତାମିଲନାଡୁ ଓ କର୍ଣ୍ଣାଟକରୁ ଜଣେ ଲେଖାଏଁ ଅଛନ୍ତି। ତେବେ ଭାରତରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫,୩୧,୩୬୯ରେ ପହଞ୍ଚିଛି। ଦେଶରେ ଗତକାଲି ୭୧୭୮ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୧୦,୧୧୨ ଜଣ ଆରୋଗ୍ୟ ଲାଭ କରିଥିଲେ। ସେହିପରି ଗତ ୨୨ ତାରିଖରେ ୧୨,୧୯୩ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ।

nis-ad
Leave A Reply

Your email address will not be published.