ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣା: ଆଉ ୪ ଅଣଛାତ୍ର ଗିରଫ

ଭୁବନେଶ୍ୱର : ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ୪ ଅଣଛାତ୍ର ଗିରଫ। ଏମାନଙ୍କୁ ମିଶାଇ ମୋଟ ଗିରଫ ଦାରି ସଂଖ୍ୟା ୮ରେ ପହଁଚିଛି। ଗିରଫଙ୍କ ଠାରୁ ଛୁରୀ, ଷ୍ଟମ୍ପ ଓ ବ୍ୟାଟ ଜବତ କରିଛି ପୋଲିସ। ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ଆକ୍ରମଣକାରୀଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି।

ସୂଚନାରୁ ପ୍ରକାଶ, ଶନିବାର ସକାଳେ ଆମ୍ବେଦକର ହଷ୍ଟେଲର କିଛି ଛାତ୍ର କଲେଜ ପଡ଼ିଆକୁ କ୍ରିକେଟ୍‌ ଖେଳିବା ପାଇଁ ଯାଇଥିଲେ। ସେଠାରେ ହଷ୍ଟେଲ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ ୧୫ରୁ ଅଧିକ ଅଣଛାତ୍ର । ଏଥିରେ ୩ ଛାତ୍ରଙ୍କ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗତ ୨ମାସରେ ବିଜେବି କଲେଜରେ ୨ଥର ଛାତ୍ରଙ୍କ ଉପରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି ଅଣଛାତ୍ର।

ଅନ୍ୟପଟେ ବିଜେବି କଲେଜ ଅଧ୍ୟକ୍ଷ ଗୁଲାମ ମୌନୁଦ୍ଦିନ ଖାନ କହିଛନ୍ତି କଲେଜରେ ଅଣ ଛାତ୍ରଙ୍କ ପ୍ରବେଶ ଉପରେ ଲାଗିବ ରୋକ। ଏଥିପାଇଁ ପ୍ରସ୍ତୁତ ହୋଇଛି କଲେଜ ପକ୍ଷରୁ ରଣ ନୀତି। ଗତକାଲି କଲେଜରେ ବସିଥିଲା ଉଚ୍ଚ ସ୍ତରୀୟ ବୈଠକ। ଏଥିରେ ନିଷ୍ପତି ନିଆଯାଇଛି ଯେ ଖେଳ ପଡିଆ ର ପାଚେରୀ ଉପରେ ଫେନସିଂ ଲଗାଯିବ। ଏନେଇ ପୂର୍ତ୍ତ ବିଭାଗକୁ ନେଇ ଚିଠି ଲେଖା ଯାଇଛି।

ସେହିପରି କଲେଜରେ ପ୍ରବେଶ ପାଇଁ ଚେକିଂ ହେବ। ଆଇ କାର୍ଡ ଚେକ ହେବ। କଲେଜର ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯିବ। ପୋଲିସ ପେଟ୍ରୋଲିଙ୍ଗ ମଧ୍ୟ୍ୟ ବଢ଼ାଇବାକୁ ପୋଲିସକୁ କଲେଜ ପକ୍ଷରୁ କୁହାଯାଇଛି। ଖୁବ ଶୀଘ୍ର ଏନେଇ ପୋଷ୍ଟର ଲଗାଯିବ। ଆମ୍ବେଦକର ହଷ୍ଟେଲର ଛାତ୍ରଙ୍କ ସହ ଲଗାତାର ଆଲୋଚନା ଜାରି ରହିଛି। କଲେଜ ରେ ସ୍ଥିତି ସ୍ୱାଭାବିକ ରହିଛି ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.