ଜି-୨୦ ସମ୍ମିଳନୀ ଲାଗି ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ: ପୁଲିସ କମିଶନର

ଭୁବନେଶ୍ବର: ଜି-୨୦ ସମ୍ମିଳନୀ ନେଇ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଜି ଏକ ବି‌ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପିୟଦର୍ଶୀ ସୂଚନା ଦେଇ କହିଛନ୍ତି, ଜି-୨୦ ସମ୍ମିଳନୀ ପାଇଁ ନିରାପତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିଗ। ଯେଉଁ ସବୁ ପ୍ରୋଟୋକଲ ରହିଛି, ଜି-୨୦ ସିକ୍ୟୁରିଟି ଅଫିସରେ ଆଲୋଚନା କରାଯାଉଛି।

ଜି-୨୦ ସମ୍ମିଳନୀ ପାଇଁ ପ୍ରତିନିଧିମାନଙ୍କର ଆସିବା ଠାରୁ ଯିବା ପର୍ଯ୍ୟନ୍ତ ଓ ସେମାନଙ୍କ ଗତବିଧିର ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ପୁଲିସ ପକ୍ଷରୁ ଗୁରୁତ୍ୱ ଦିଆଯିବ। ଯେହେତୁ ବିଶ୍ୱର ବିଭିନ୍ନ ଦେଶରୁ ପ୍ରତିନିଧି ଆସୁଛନ୍ତି, ସେଥିପାଇଁ ବିଶେଷକରି ପୁଲିସ କର୍ମଚାରୀମାନେ କିପରି ଉତ୍ତମ ବ୍ୟବହାର ଦେଖାଇ ପାରିବେ ଓ ସେମାନଙ୍କର କିପରି ସୁନ୍ଦର ପରିପାଟି ରହିବ ତା ଉପରେ ଗୁରୁତ୍ୱ ଦିଆଯିବ।

ଜି-୨୦ ସମ୍ମିଳନୀ ପାଇଁ ରାଜଧାନୀରେ ମୋଟ ୨୨ ପ୍ଲାଟୁନ ପୁଲିସ ଫୋର୍ସ ଓ ୧୨୨ରୁ ଅଧିକ ଅଫିସର ମୁତୟନ ରହିବେ। ଏହାସହିତ ନୋଡାଲ ଏଜେନସି ସହ ଉପଯୁକ୍ତ ସଂଯୋଜନା ରହିଛି। ଜି-୨୦ ସମ୍ମିଳନୀ ଲାଗି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ।

nis-ad
Leave A Reply

Your email address will not be published.