ଜିଲ୍ଲାସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ

“ଜୟଦେବଙ୍କ ରଚିତ ଗୀତଗୋବିନ୍ଦ କାବ୍ୟ କାଳଜୟୀ”

ଛତ୍ରପୁର (୨୩।୪) : ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ରବିବାର ସନ୍ଧ୍ୟା ରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ -୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରୟଣ ବେହେରାଙ୍କ ପରିଚାଳନା ଓ ସଂଯୋଜନା ରେ ଅନୁଷ୍ଠିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସଙ୍କ ଅଧ୍ୟକ୍ଷତା କରିଥିଲେ । ବିଶ୍ଵ ପ୍ରସିଦ୍ଧ ମହାକବି ଜୟଦେବଙ୍କ ଦ୍ୱାରା ରଚିତ ଗୀତଗୋବିନ୍ଦ ଏକ କାଳଜୟୀ ସୃଷ୍ଟି । ଦ୍ଵାଦଶ ଅଧ୍ୟାୟ ଓ ୭୨ ଶ୍ଳୋକ ସମ୍ଭାରରେ ସଜ୍ଜିତ ଏହି ଛନ୍ଦମୟ କାବ୍ୟ ଗୋବିନ୍ଦର ଗୀତ- ଗୀତ ଗୋବିନ୍ଦ ଶ୍ରୀ ଜୟଦେବଙ୍କ ଲେଖନୀରୁ ନିଶୃତ ହୋ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ସମେତ ସାରା ଜନ ମାନସରେ ସୁମଧୁର ସଙ୍ଗୀତର ଝଙ୍କାର ତୋଳିଛି । ସରଳ କୋମଳ କମନୀୟ ପଦ ଲାଳିତ୍ୟରେ ପରିପୂର୍ଣ୍ଣ ଗୀତ ଗୋବିନ୍ଦର ପ୍ରତିଟି ପଂକ୍ତି ଉତ୍କଳୀୟ କଳା , ସାହିତ୍ୟ, ସଂସ୍କୃତି, ଧର୍ମ ଓ ଜନ ଜୀବନର ପରିଚିତ ବହନ କରେ ବୋଲି ଅତିଥିଗଣ ନିଜ ନିଜ ବକ୍ତବ୍ୟରେ ମତ ରଖିଥିଲେ ।

ଏହି ଆଡମ୍ବର ପୂର୍ଣ ସଭାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କୁକୁଡ଼ାଖଣ୍ଡି ତହସିଲଦାର ତଥା ସୁସାହିତ୍ଵିକ କଲ୍ୟାଣୀ ସଂଘମିତ୍ରା ଦେବୀ ମୁଖ୍ୟଵକ୍ତା ଭାବେ ଯୋଗଦେଇ କବି ଶ୍ରୀଜୟଦେବଙ୍କ ସ୍ମୃତିଚାରଣ କରିଥିଲେ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଛତ୍ରପୁର ସାହିତ୍ୟ ସଂସଦ ର ସଭାପତି ତଥା ଆଇନଜୀବୀ ବ୍ରଜ ମୋହନ ଆଚାର୍ଯ୍ୟ ଯୋଗଦେଇ କବି ଶ୍ରୀ ଜୟଦେବଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଶେଷରେ ଚିନ୍ମୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।ଛତ୍ରପୁର କଳା ବିକାଶ କେନ୍ଦ୍ର ର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ ସହିତ ଲୋକ ନୃତ୍ୟ ପରିବେଷଣ କରିଥିଲେ । ଗାୟତ୍ରୀ କଳା ବିକାଶ କେନ୍ଦ୍ର, ବ୍ରହ୍ମପୁର, ଜୟ ଗଣେଶ କଳା ବିକାଶକେନ୍ଦ୍ର, ସାଇ ନୃତ୍ୟ ଏକାଡେମୀ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା , ଓଡିଶୀ ଓ ଅନ୍ୟାନ୍ୟ ନୃତ୍ୟ ପରିବେଷଣ କରାଯାଇଥିଲା, ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.