ଆପାର୍ଟମେଣ୍ଟର ୮ ମହଲାରୁ ଡେଇଁ ଆଇନ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡ଼ି ଆଇନ ଛାତ୍ରଙ୍କ ମୃତ୍ୟୁକୁ ନେଇ ବଢୁଛି ରହସ୍ୟ । ଖସି ପଡ଼ିଲେ ନା ଆତ୍ମହତ୍ୟା ? କେମିତି ଓ କେଉଁ ପରିସ୍ଥିତିରେ ଅନିରାଜ ଟୁଡୁଙ୍କର ମୃତ୍ୟୁ ହେଲା ? ତନାଘନା ତଦନ୍ତ କରୁଛି ଖାରବେଳନଗର ଥାନା ପୋଲିସ । ଆଜି ପରିବାର ଲୋକଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ କରାଯାଇଛି । ଏବେ ସାମନାକୁ ଆସିଛି ଅନିରାଜଙ୍କ ଶେଷ ଇନଷ୍ଟାଗ୍ରାମ୍‌ ଷ୍ଟାଟସ୍‌ । ଯେଉଁଥିରେ ସେ ଲେଖିଛନ୍ତି, ମୁଁ ଯାହା ପ୍ରୋମିଜ୍‌ କରିଥିଲି ତାକୁ ରକ୍ଷା କରିପାରିଲି ନାହିଁ । ତମେ ମୋତେ ଖରାପ ଭାବିପାର । ତୁମେମାନେ ଆଗକୁ ବଢ଼ିଚାଲ । ଆରପାରିରେ ଦେଖା ହେବ । ତେବେ କାହା ଉଦ୍ଦେଶ୍ୟରେ ଷ୍ଟାଟସ୍‌ ପୋଷ୍ଟ କରିଥିଲେ ଅନିରାଜ ? କଣ ପ୍ରୋମିଜ୍‌ କରିଥିଲେ ଯାହା ପୂରଣ କରି ପାରିଲେ ନାହିଁ ? ଅନିରାଜଙ୍କ ଶେଷ ସୋସିଆଲ୍‌ ମିଡିଆ ପୋଷ୍ଟରୁ ଜଣା ପଡୁଛି ସେ ଆତ୍ମହତ୍ୟା କରିଛନ୍ତି ।

ଗତକାଲି ଚନ୍ଦ୍ରମା ଆପାର୍ଟମେଣ୍ଟର ୮ ମହଲା ଉପରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା । ସେ କଟକରେ ଆଇନ ବିଶ୍ୱବିଦ୍ୟାଳୟର BA.LLB ଛାତ୍ର ଥିଲେ । ଗତକାଲି ଚନ୍ଦ୍ରମା ଆପାର୍ଟମେଣ୍ଟକୁ ଆସିଥିଲେ । ସିକ୍ୟୁରିଟି ଗାର୍ଡଙ୍କୁ କହଥିଲେ ୮ ମହଲା କୋଠାର ଗୋଟିଏ ରୁମକୁ ଯିବେ । ସେ ଯେଉଁ ରୁମ୍‌ କଥା କହିଥିଲେ, ସେଠାରେ ଦୁଇ ବର୍ଷ ହେବ କେହି ରହୁ ନଥିଲେ । ସେହିପରି କଟକରେ ଅନିରାଜ ରହୁଥିବା ହଷ୍ଟେଲ ରୁମରୁ ସୁଇସାଇଡ୍‌ ନୋଟ୍‌ ମିଳିଛି । ଅନିରାଜଙ୍କର କୌଣସି ସମସ୍ୟା ଥିଲା କି ? ପାଠପଢ଼ାକୁ ନେଇ ମାନସିକ ଚାପରେ ଥିଲେ କି ଅନିରାଜ ? ସେ କାହିଁକି ଚନ୍ଦ୍ରମା ଆପାର୍ଟମେଣ୍ଟ ଆସିଥିଲେ ଜଣାପଡିନି । ଖାରବେଳନଗର ଥାନା ପୋଲିସ ଅଧିକ ଖୋଳତାଡ କରୁଛି । ଚନ୍ଦ୍ରମା ଆପାର୍ଟମେଣ୍ଟର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି ପୋଲିସ ।

nis-ad
Leave A Reply

Your email address will not be published.