ନିର୍ମାଣଧିନ କଲଭର୍ଟ ଖାଲରେ ପଡି ଜଣେ ମୃତ

ହିଞ୍ଜିଳିକାଟୁ (୨୪।୪) : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଠାରୁ କଞ୍ଚୁରୁ ଗ୍ରାମ ମଧ୍ୟରେ ନିର୍ମାଣଧିନ କଲଭର୍ଟ ଖାଲରେ ପଡି ଜଣେ ଵାଇକ ଆରୋହୀ ମୃତବରଣ କରିଛି ।ମୃତକ ଜଣକ ହେଲେ ନିମଖଣ୍ଡି ଥାନା ଅନ୍ତର୍ଗତ ଝାଡଙ୍କୋଲି ଗ୍ରାମର ବିପ୍ର ରାଉଳଙ୍କ ପୂଅ ଟୁକୁନା ରାଉଳ। ଘଟଣାରୁ ପ୍ରକାଶ ରବିବାର ରାତି ୯ ଘଣ୍ଟା ସମୟରେ ଟୁକୁନା ନିଜ ସମ୍ପର୍କୀୟ ଙ୍କ ବାଇକ ନଂ ଓଡି ୦୭ ଡବ୍ଲୁ ୬୨୩୫ କୁ କୌଣସି କାରଣରୁ ନେଇ ଫେରାଇବା ନିମନ୍ତେ ଦୁର୍ଗନ୍ଧ ଗ୍ରାମ ଦେଇ ହିଞ୍ଜିଳିକାଟୁ ଆସୁଥିଲେ । ଟୁକୁନା ଦୃତଗତିରେ ଆସୁଥିବା ବେଳେ ବାଇକ ଭାରସାମ୍ୟ ହରାଇ ଦୁର୍ବନ୍ଧ ଠାରୁ କଞ୍ଚୁରୁ ଗ୍ରାମ ମଧ୍ୟରେ ନିର୍ମାଣଧିନ କଲଭର୍ଟ ଖାଲରେ ପଡି ଆହତ ହୋଇଥିଲେ ।ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ହିଞ୍ଜିଳି ପୋଲିସ କୁ ଖଵର ଦେଇଥିଲେ ।

ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ଟୁକୁନା କୁ ମୃତ ଘୋଷଣା କରିଥିଲେ।ଏନେଇ ହିଞ୍ଜିଳି ଥାନା ୨୫୯।୨୩ ରେ ଏକ ମାମଲା ରୁଜୁ କରି ବାଇକ ଜବତ କରି ସୋମବାର ଶବ ବ୍ୟବଚ୍ଛେଦ ନିମନ୍ତେ ଵ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଘଟଣାର ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।

nis-ad
Leave A Reply

Your email address will not be published.