ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ…

ହିଞ୍ଜିଳିକାଟୁ ୨୩।୪ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଧୋବାଡି ପାଟପୁର ଗ୍ରାମରେ ରବିବାର ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ସହଯୋଗରେ ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ଙ୍କ ନିର୍ଦ୍ଦେଶନାରେ ହିଞ୍ଜିଳିକାଟୁ କୃଷି ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଅକ୍ଷୟ ତୃତୀୟା ସମାରୋହରେ ଗଞ୍ଜାମ ଜିଲ୍ଲା ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପ୍ରକଳ୍ପ ଅଧିକାରୀ ଭି କିର୍ତ୍ତୀଭାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦିଲ୍ଲୀପ କୁମାର ଖୁଣ୍ଟିଆ ଅନ୍ଯତମ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ।ପୂଜାପାଠ ପରେ ବିଲରେ ଧାନ ବୁଣିବା ସହ ହଳ ଲଙ୍ଗଳ କରି ଚାଷୀଙ୍କ ପାଇଁ ଚାଷ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଭି କିର୍ତ୍ତୀଭାସନ । ଗଞ୍ଜାମ ଜିଲ୍ଲା ପ୍ରଶାସନ ସବୁବେଳେ ଚାଷୀଙ୍କ ସହ ରହିଥିବା ବେଳେ ଚାଷୀମାନଙ୍କ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି ଭି କିର୍ତ୍ତୀଭାସନ । ସମସ୍ତ ସରକାରୀ ଯୋଜନା କିଭଳି ଭାବେ ଚାଷୀଙ୍କ ନିକଟରେ ପହଞ୍ଚିବ ସେ ନେଇ ସମସ୍ତ ବ୍ୟବସ୍ଥା ହାତକୁ ନିଆଯାଇଛି ବୋଲି କହିଛନ୍ତି ।
ହିଞ୍ଜିଳିକାଟୁ ବ୍ଲକ ବିଭିନ୍ନ ପଞ୍ଚାୟତରୁ ଚାଷି ଯୋଗଦେବା ସହ ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇ ପ୍ରଥମ ବିହନ ବୁଣିଥିଲେ । ଆଜିର ଏହି ଅମୃତଵେଳା ଦିନରେ କୃଷକ ମାନେ ଅଖିମୁଠି ଅନୁକୂଳ କରିଥାନ୍ତି ।ପ୍ରଥମ ଚାଷି ଭାବେ ଅଗ୍ରଣି ଚାଷୀ ମାଟିଆ ରାଉତ ଅଖିମୁଠି ଆରମ୍ଭ କରିଥିଲେ । ଏହି ଦିନରେ ବିହନ ପକାଇଲେ ଭଲ ଅମଳ ହୋଇଥିବା ବିଶ୍ୱାସ ରହିଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ ବିଦୁର ସେଠ ମାଝି, କୃଷି ଅଧିକାରୀ ଅଜିତ କୁମାର ମହାପାତ୍ର, ଏଡିଏ ପ୍ରଶାନ୍ତ କୁମାର ନାଥ, ହିଞ୍ଜିଳିକାଟୁ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଏନ ରଘୁନାଥ, ବିଡ଼ିଓ ସୁଵ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା ,ଡ ଦେବାନ ସାରଙ୍ଗି, ସନ୍ଦିପ ମହାନ୍ତି, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା, ବ୍ଲକ କୃଷି ଉପ ଅଧିକାରୀ ଅମର ପ୍ରସାଦ ସାହୁ ସମେତ ଵହୁ କୃଷି ଅଧିକାରୀଙ୍କ ସହ ହିଞ୍ଜିଳିକାଟୁ ବ୍ଳକ ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ଜିଲ୍ଲା ପରିଷଦ ସଭ୍ୟା ବାଇ ଗୀତାଞ୍ଜଳି ,ହିଞ୍ଜିଳିକାଟୁ ବ୍ଲକ ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ ଙ୍କ ସହ ସାରୁ, କଞ୍ଚୁରୁ, ନନ୍ଦିକ, ଶାସନ ଆମ୍ଵଗାଁ, ପାଟପୂର, ଫୂଟିଆପଦର ଆଦି ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ମେମ୍ବର ଙ୍କ ସହ ବହୁ ଚାଷି ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.