୫୦ତମ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ

ମାଲକାନଗିରି : କିଛି ନିଆରା ଢଙ୍ଗରେ ପାଳନ କଲେ ନିଜ ଜନ୍ମ ଦିନକୁ ସମାଜସେବୀ ଜି ଶ୍ରୀନିବାସ ରାଓ । ସମାଜସେବୀ ଶ୍ରୀନିବାସ ରାଓ ଯିଏ କି ଚିଟି ଭାଇ ନାମରେ ମାଲକାନଗିରି ଜିଲ୍ଲାରେ ସୁପରିଚିତ। ସବୁବେଳେ ଲୋକଙ୍କ ଦୁଃଖରେ ସାହ ହୁଅନ୍ତି ଓ ଲୋକଙ୍କ ସୁବିଧା ଅସୁବିଧା ବୁଝିଥାନ୍ତି। ଗରିବ ଲୋକଙ୍କ ପାଇଁ ଘର ଯୋଗାଇ ଦେବା ଓ ପାନୀୟ ଜଳ ଅସୁବିଧା ଭାଗୁଥିବା ଅଞ୍ଚଳରେ ପାନୀୟ ଜଳ ସୁବିଧା କରିବା ଭଳି ଅନେକ ଲୋକ ହିତକାରୀ କାମ କରି ଲୋକଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ଆଜି ପୁଣି ନିଜ ଜନ୍ମ ଦିନରେ କିଛି ନିଆରା ଢ଼ଙ୍ଗରେ ପାଳି ଚର୍ଚ୍ଚାରେ। ଚିଟି ବାବୁ ନିଜ ୫୦ ବର୍ଷ ଜନ୍ମ ଦିବସରେ ଏକ ସ୍ବେର୍ଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରି ନିଜେ ରକ୍ତ ଦାନ କରିଥିଲେ ଏବଂ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଛତା,ଜୋତା,ବସ୍ତ୍ର ସହ ଅନୁଦାନ
ଦେଇଥିଲେ। ଗରିବ ଲୋକଙ୍କ ଖାଇବା ବ୍ୟବସ୍ଥା ମଧ୍ୟ କରିବା ସହ ନିଜ ହାତରେ ସେମାନଙ୍କୁ ଖାଇବା ବାଢିଥିଲେ। ତାଙ୍କର ଏହି ଜନ୍ମ ଦିନରେ ଗରିବ ଅସହାୟ ବୃଦ୍ଧ ବୃଦ୍ଧା ୧୦୦ ବର୍ଷ ବଞ୍ଚିବାର ଆଶୀର୍ବାଦ କରିବା ସହ ଖୁସି ଜାହିର କରିଥିଲେ
ସମାଜସେବୀ ହେବତ ଏମିତି ଯିଏ ଗରିବ ଅସହାୟଙ୍କ ଅଧିକାର ପାଇଁ ନିଜେ ଲଢନ୍ତି ଓ ସୁବିଧା ଅସୁବିଧାରେ ସେମାନଙ୍କୁ ସାହାଯ୍ୟ କରନ୍ତି । ଆଜି ତାଙ୍କର ଏପରି ଜନ୍ମଦିନକୁ ଲୋକେ ପ୍ରଶଂସା କରିବା ସହ ତାଙ୍କର ଦୀର୍ଘାୟୁ ପାଇଁ କାମନା କରିଛନ୍ତି।

nis-ad
Leave A Reply

Your email address will not be published.