ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ପକ୍ଷରୁ ବାଲ୍ୟ ବିବାହ ବନ୍ଦ କରିବା ସଚେତନ କର୍ମଶାଳା

ଦାରିଙ୍ଗବାଡ଼ି,୨୨/୪ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଦଣ୍ଡିମା ସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ସଭାଗୃହରେ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ପ୍ରଶାସନଙ୍କ ସହଯୋଗରେ ପଞ୍ଚାୟତ ଜନ ପ୍ରତିନିଧି ଓ ଧାର୍ମିକ ଅନୁଷ୍ଠାନର ପ୍ରତିନିଧିମାନଙ୍କୁ ନେଇ ସଚେତନ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତ ସରପଞ୍ଚ, ନାଏବ ସରପଞ୍ଚ ଓ ଧାର୍ମିକ ଅନୁଷ୍ଠାନ ପ୍ରତିନିଧି ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବିଡିଓ ଗଦାଧର ପାତ୍ର, ମୁଖ୍ୟ ବକ୍ତା ଭାବେ ସମ୍ମନୀତ ଶିଶୁ ବିକାଶ ଯୋଜନା ଅଧିକାରୀ ଅଞ୍ଜଳି ମହାପାତ୍ର ଯୋଗଦେଇ ବାଲ୍ୟ ବିବାହ କଲେ ଆଇନନୁସାରେ କିଦଣ୍ଡ ରହିଛି, କିପରି ଭାବ ଏହାକୁ ରୋକା ଯାଇପାରିବ, ଏଥିପାଇଁ ଗ୍ରାମ, ପାଞ୍ଚାୟତ ଓ ବ୍ଳକ ସ୍ତରରେ କେଉଁ ମାନଙ୍କର ଦାୟିତ୍ୱ, କର୍ତ୍ତବ୍ୟ ଓ ଅଧିକାର ରହିଛି ସେସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରି ପ୍ରତିନିଧିମାନଙ୍କୁ ସଚେତନ କରିଥିଲେ । ସେହି ପରି ଅନୁଷ୍ଠାନ ପ୍ରେମର ପ୍ରକଳ୍ପ ପରିଚାଳ ସୁଧୀର କୁମାର ଦିଗାଲ କର୍ମଶାଳାରେ ଏହାର ଉଦେଶ୍ୟ ଓ ଲକ୍ଷ୍ୟ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ତାଲିମ ସଂଯୋଜିକା ହିମାନୀ ଦାସ କର୍ମଶାଳା ପରିଚାଳନା କରିବା ସହ ଶେଷରେ ସମସ୍ତଙ୍କୁ ଦାରିଙ୍ଗବାଡ଼ି ବ୍ଳକ କୁ ବାଲ୍ୟ ବିବାହ ମୁକ୍ତ ବ୍ଳକ ଗଡ଼ିବା ପାଇଁ ସାମ୍ମୁହିକ ଶପଥ ପାଠ କରିଥିଲେ । ଅନୁଷ୍ଠାନର ସମସ୍ତ କର୍ମଚାରୀ କର୍ମଶାଳା ପରିଚାଳନାରେ ସଯୋଗ କରିଥିଲେ ।

nis-ad
Leave A Reply

Your email address will not be published.