ବିଶ୍ବ ପୃଥିବୀ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକର ରଟିଙ୍ଗିଆ ପଞ୍ଚାୟତରେ ୟୁନିସେଫ, ୟୁଥଫର ୱାଟର, ଆକ୍ସନଏଡ୍ ଓ ପ୍ରଦାତ୍ତା ସହଯୋଗରେ ଅନ୍ତରଙ୍ଗ ଯୁବ ମହାସଂଘ କନ୍ଧମାଳ ଦ୍ଵାରାଆୟୋଜିତ ପୃଥିବୀ ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ।
ବିଶ୍ବ ତାପମାତ୍ରା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ଜଳସ୍ତର ହ୍ରାସ, ବୃକ୍ଷ ରୋପଣ,ଜଙ୍ଗଲକୁ ନିଆଁ ଦାଉରୁ ରୋକିବା, ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାରକୁ ରୋକିବା ଉପରେ ଜନ ସଚେତନ କରିବା ପାଇଁ ଉପସ୍ଥିତ ସମସ୍ତ ଯୁବ ଗୋଷ୍ଠୀଙ୍କୁ ଅବଗତ କରାଯାଇଥିଲା। କାର୍ଯ୍ୟକ୍ରମରେ ଏଣେ ତେଣେ ପଡ଼ିଥିବା ପ୍ଲାଷ୍ଟିକ ବୋତଲକୁ ଏକ ନିଆରା ଢଙ୍ଗରେ ବ୍ୟବହାର କରାଯିବା ସହିତ ଏହି ବୋତଲ ସାହାଯ୍ୟରେ ବିଭିନ୍ନ ଫୁଲ, ସିନେରି, ପନିପରିବା ଓ ଅମ୍ଳଜାନ ଯୋଗାଉଥିବା ବୃକ୍ଷ ରୋପଣ କରିବା ପାଇଁ ସଚେତନ କରାଯାଇଛି। ବର୍ତ୍ତମାନ ପିଢ଼ିଠାରୁ ଜଳ ସଂରକ୍ଷଣ, ଜଙ୍ଗଲ ସଂରକ୍ଷଣ, ଜଳ ଅପ ବ୍ୟବହାର ନକରିବା ପାଇଁ ଝିମାଙ୍ଗିଆ ଗ୍ରାମରେ ସଚେତନ କରାଯାଇଛି।
ଉପସ୍ଥିତ ସମସ୍ତ ଯୁବ ଗୋଷ୍ଠୀ ଗୋଟିଏ ଗୋଟିଏ ପାଣି ବୋତଲ ଆଣି ନିଜ ପାଇଁ ଏକ ଫୁଲ ବା ସିନେରୀ ଗଛ ଲଗାଇ ସମାଜ ପାଇଁ ଏକ ବାର୍ତ୍ତା ଦେଇ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ସ୍ଲୋଗାନ ଦେଇଥିଲେ।ଆଜିଠାରୁ କମ ମାତ୍ରାରେ ଜଳ ବ୍ୟବହାର କରିବା ସହିତ ଅନ୍ୟମାନଙ୍କୁ ଆବଶ୍ୟକତା ଅନୁସାରେ ଜଳର ବ୍ୟବହାର କରିବା ପାଇଁ ସଚେତନତା କରାଯାଇଛି।ଅନ୍ତରଙ୍ଗ ଯୁବ ସଂଘର ସମ୍ପାଦକ ରତିକାନ୍ତ ପ୍ରଧାନ ସ୍ବାଗତ କରିଥିବା ବେଳେ ରାଜେଶ୍ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିବା ବେଳେ କିସାନ ପ୍ରଧାନ, ନିହାରିକା ପ୍ରଧାନ ବିଶ୍ୱଜିତ୍ ପ୍ରଧାନ, ଲିପ୍ତିମୟୀ ପ୍ରଧାନ ଓ ଅମ୍ରିତା ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.