ଯୁବକଙ୍କୁ ବୀଭତ୍ସ ହତ୍ୟା: ଗାଁ ପଡିଆ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ସହର ହୁଲୁରିସିଂହାରେ ଜଣେ ଯୁବକକୁ ବୀଭତ୍ସ ହତ୍ୟା କରାଯାଇଛି। ମୃତ ଯୁବକ ହୁଲୁରିସିଂହାର ଅଭିରାମ ବେହେରାଙ୍କ ପୁଅ ପ୍ରକାଶ ବେହେରା ବୋଲି ଜଣାପଡିଛି। କେଉଁ କାରଣରୁ ହତ୍ୟା କରାଯାଇଛି ତାର କାରଣ ଅସ୍ପଷ୍ଟ ରହିଛି । ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ସୂଚନା ଅନୁସାରେ, ହୁଲୁରିସିଂହା ଛକରେ ପ୍ରକାଶଙ୍କ ଏକ କୁକୁଡ଼ା କାଉଣ୍ଟର ରହିଛି। ଗତକାଲି ସନ୍ଧ୍ୟାରେ ଗାଁ ପଡିଆ ନିକଟରେ ତାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହି ଖବର ପ୍ରସାର ହେବା ପରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା । ଖବର ପାଇ ଟାଉନ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । କିଏ ଓ କାହିକି ହତ୍ୟା କରିଛି ତାହା ଅସ୍ପଷ୍ଟ ଥିବାବେଳେ ସଂଘବଧ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି । ପାରିପାର୍ଶିକ ପରିସ୍ଥିତିରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିବା ଜଣା ପଡ଼ିଛି । କିଛି ଦୂରରୁ ପୋଲିସ ପ୍ରକାଶଙ୍କ ମୋବାଇଲ ଓ ମୋଟରସାଇକେଲ ମଧ୍ୟ ଜବତ କରିଥିଲା।

nis-ad
Leave A Reply

Your email address will not be published.