ବ୍ରାହ୍ମଣୀଦେବୀ ପୀଠର ଚୈତ୍ରମାସର ଆୟବ୍ୟୟ ଅଟକଳ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଥିବା ସର୍ବ ପୁରାତନ ପିଠ ମା ବ୍ରାହ୍ମଣୀ ଦେବୀ ପୀଠ ୫୦ ୬୦ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ପୂଜା ପାଇ ଆସୁଥିବା ପୀଠରେ ନୂତନ କରି ଗଠନ ହୋଇଥିବା କମିଟି ଓ ଆଳତି ବାହିନୀ ପକ୍ଷରୁ ଚଳିତ ବର୍ଷ ଚୈତ୍ର ମାସର ଆୟ ଏବଂ ବ୍ୟୟ ହିସାବ କରାଯାଇ ସର୍ବସାଧାରଣ ଅବଗତ କରିବାକୁ ନିଷ୍ପତି ନିଆଯାଇଛି l ଚଳିତ ବର୍ଷ ଚୈତ୍ର ମାସରେ ମା ବ୍ରାହ୍ମଣୀ ଦେବୀ ମନ୍ଦିର କମିଟି ଏବଂ ଆଳତି ବାହିନୀ ସମସ୍ତ ସଦସ୍ୟଙ୍କ ନେତୃତ୍ୱରେ ବହୁ ଆଡମ୍ବର ସହିତ ପୂଜା ଅର୍ଚନା କରାଯାଇଥିଲା ଯାହାକି ଏତେ ବର୍ଷ ଭିତରେ କେବେ ହୋଇ ନଥିଲା l ଏଥିରେ ପ୍ରତେକ ମଙ୍ଗଳ ବାର ଭକ୍ତଙ୍କ ପାଇଁ ପଣା ଏବଂ ଭୋଗର ବ୍ୟବସ୍ଥା କରାଯାଇଥିଲା l ଏଥିପାଇଁ ଫୁଲବାଣୀ ସହର ସମେତ ବାହାରର ବହୁତ ଭକ୍ତ ସହଯୋଗ କରିଥିଲେ l ମନ୍ଦିର କମିଟି ଏବଂ ଆଳତି ବାହିନୀ ପକ୍ଷରୁ ଭକ୍ତ ମାନଙ୍କଠାରୁ କିଛି କିଛି ଅର୍ଥ ସଂଗ୍ରହ କରାଯାଇଥିଲା ଯେଉଁଥିରେ 131985 ଏକ ଲକ୍ଷ ଏକତିରିଶ ହଜାର ନଶହ ପଞ୍ଚାଅଶୀ ଅର୍ଥରାଶି ସଂଗ୍ରହ ହୋଇଥିଲା ଓ ମନ୍ଦିର ଉନ୍ନତି କାରଣ ଓ ପଣା ଏବଂ ଭୋଗ ବାବଦରେ 70997 ଟଙ୍କା ଖର୍ଚ୍ଚ ହୋଇ 60988 ଟଙ୍କା ଜମାରାଶି ଥିବା ଦର୍ଶାଇଛନ୍ତି କମିଟି ସଦସ୍ୟ l କମିଟିର ଏଭଳି ପଦକ୍ଷେପ ପାଇଁ ଫୁଲବାଣୀ ସହରର ବାସିନ୍ଦା ସମେତ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ମାନେ ଯୁବ ପିଢିର ରାଜ୍ଯକୁ ପ୍ରସଂଶା କରିବା ସହିତ ସାଧୁବାଦ ଜଣାଇଛନ୍ତି l

nis-ad
Leave A Reply

Your email address will not be published.