ତିନି ଦଫା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲା ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ପାଦକ ସଙ୍ଘ

ବ୍ରହ୍ମପୁର : ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୨୫୮ଟି ପ୍ରାଥମିକ କୃଷି ସମବାୟ ସମିତି ଏବଂ ବୃହତ କୃଷି ବହୁମୁଖୀ ସମବାୟ ସମିତିରେ କାର୍ଯ୍ୟରତ ସମିତି କର୍ମଚାରୀ ଙ୍କ ରହିଥିବା ଆଭ୍ୟନ୍ତରୀଣ ସମସ୍ୟା ର ସମାଧାନ ପାଇଁ ଆଜି ତିନିଦଫା ଦାବିରେ ସଙ୍ଘ ପକ୍ଷରୁ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା।ଓଡିଶା ସମବାୟ ସମିତି ସମୂହ ନିବନ୍ଧକ ଙ୍କ ନିର୍ଦ୍ଧେଶ ପତ୍ର ଅନୁଯାୟୀ ସମିତି କର୍ମଚାରୀ ଙ୍କ ଦରମା ସମିତିର ପରିଚାଳନା ପରିଷଦ ଦ୍ୱାରା ଗୃହୀତ ବାର୍ଷିକ ଆୟ ବ୍ୟୟ ଅଟକଲକୁ ସ୍ୱୀକୃତି ପ୍ରଦାନ କରିବା, ଏଚ ଆର ନିୟମ ଅନୁଯାୟୀ ପ୍ରାଥମିକ ସେବା ସମବାୟ ସମିତି କର୍ମଚାରୀ ଙ୍କୁ ୩୦% ନିୟମ ଆଧାରରେ ବାଙ୍କିଙ୍ଗ ଆସିଷ୍ଟାଣ୍ଟ ପଦବୀକୁ ପଦନ୍ନତି ଦେବା, କାର୍ଯ୍ୟରତ ସମିତି କର୍ମଚାରୀଙ୍କୁ। ଗୋଷ୍ଠୀ ସ୍ୱାସ୍ଥ୍ୟ ବୀମା ସେବା ଯୋଗାଇଦେବା ଆଦି ଦାବିରେ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ଓଲ୍ହାଇଛି ସଙ୍ଘ।ଆଜି ଠାରୁ କାର୍ଯ୍ୟବନ୍ଦ କରି ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି।ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମ୍ପାଦକ ସଙ୍ଘ ସଭାପତି ସିତରାମ ପ୍ରଧାନ ଙ୍କ ନେତୃତ୍ୱରେ ସମ୍ପାଦକ ନବ କୁମାର ପାଢୀ, ସୁଶୀଲ କୁମାର ସାହୁ, ବିନୋଦ କୁମାର ସାହୁ, ବୁନୁ ରଥ, ଦୀନବନ୍ଧୁ ରେଡିଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ବିକ୍ଷୋଭ ରେ ସାମିଲ ହୋଇଥିଲେ। ଦାବି ପୂରଣ ନ ହେଲେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଏବଂ ଏହା ଫଳରେ ଚାଷୀମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେବେ ସେଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଚେତାବନୀ ଦେଇଛି ସଙ୍ଘ।

nis-ad
Leave A Reply

Your email address will not be published.