ବ୍ରହ୍ମପୁର : ଏମ୍.କେ.ସି.ଜି. ମେଡିକାଲ କଲେଜ ପରିସରରେ ବେଆଇନ ଭାବେ ପାର୍କିଂ ଫି ଆଦାୟ ତୁରନ୍ତ ପ୍ରତ୍ୟାହାର ଦାବିରେ ଏସୟୁସିଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଂଗଠନିକ କମିଟି ପକ୍ଷରୁ ଆଜି ଠାରୁ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ବ୍ରହ୍ମପୁର ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ପକ୍ଷରୁ ମେଡିକାଲ ହତା ଭିତରେ ଯାନ ବାହାନ ରଖିବା ପାଇଁ ବେଆଇନ ଭାବେ ପାର୍କିଂ ଫି ଆଦାୟ ବନ୍ଦ କରିବା ସହ ଅନ୍ୟାନ୍ୟ ବିଭିନ୍ନ ଦାବିରେ ଏମ୍.କେ.ସି.ଜି ମେଡିକାଲରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି l ଗତ ମାର୍ଚ୍ଚ୩୧ତାରିଖରେ ଏନେଇ ମେଡ଼ିକାଲ ଅଧିକ୍ଷକ ଙ୍କୁ ମେଡିକାଲରେ ଅନ୍ୟାୟ ଭାବେ ଚାଲିଥିବା ପାର୍କିଂ ଫିସ ଆଦାୟ ବନ୍ଦ କରିବା ଦାବିରେ ଦାବି ପତ୍ର ପ୍ରଦାନ କରାଯାଇଥିଲା l ରାଜ୍ୟ ସରକାର ସରକାରୀ ମେଡିକାଲରେ ମାଗଣାରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା କଥା ଘୋଷଣା କରିଛନ୍ତି । କିନ୍ତୁ ବ୍ରହ୍ମପୁର ମେଡିକାଲ କୁ ଚିକିତ୍ସା ପାଇଁ ଆସୁଥିବା ଜନସାଧାରଣଙ୍କ ଯାନବାହାନ ମେଡିକାଲ ହତା ଭିତରେ ରଖିବା ବାବଦକୁ ପ୍ରତ୍ୟୁଷ ନାମକ ଘରୋଇ ସଂସ୍ଥା ଅନ୍ୟାୟ ଭାବେ ୧୦ ଟଙ୍କା ଲେଖାଏଁ ପାର୍କିଂ ଫି ଆଦାୟ କରୁଛି l ତୁରନ୍ତ ଏହାକୁ ବନ୍ଦ କରିବାକୁ ଦାବି କରିଛି ଏସୟୁସିଆଇ।ଦକ୍ଷିଣ ଓଡ଼ିଶାର ମୁଖ୍ୟ ଚିକିତ୍ସାଳୟ ଭାବେ ବ୍ରହ୍ମପୁର ମେଡ଼ିକାଲ କୁ ଗଣ୍ୟ କରାଯାଉଥିଲେ ମଧ୍ୟ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆବଶ୍ୟକୀୟ ଡାକ୍ତର, ନର୍ସ, ଡାକ୍ତରୀ ଉପକରଣ ଏବଂ ଔଷଧପତ୍ରର ଘୋର ଅଭାବ ରହିଛି । ମେଡ଼ିକାଲର ବିଭିନ୍ନ କର୍ମଚାରୀ ପଦବୀ ସ୍ଥାୟୀ ଭିଭିରେ ନିଯୁକ୍ତି ପ୍ରଦାନ ନ କରି ଆଉଟସୋସିଂ ମାଧ୍ୟମରେ ପ୍ରଦାନ କରାଯାଉଛି । ଏହି ସମସ୍ୟା ସମୂହ ଉତ୍ତମ ଚିକିତ୍ସା ଯୋଗାଇବାରେ ବାଧକ ସାଜିଛି ବୋଲି ପାର୍ଟି ପକ୍ଷରୁ କୁହାଯାଇଛି l
ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କମିଟି ସମ୍ପାଦକ ସୋମନାଥ ବେହେରାଙ୍କ ସମେତ ନିମାଇଁ ଚରଣ ସାହୁ,ନାରାୟଣ ସାହୁ,ପପୁନ ସାହୁ, କିସାନ କୁମାର ସାହୁ,ମଧୁସୂଦନ ଦାସ,ସୌମ୍ୟ ରଞ୍ଜନ ଗୌଡ଼,ଶିବା ବଳିଆରସିଂ ଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post