ଭୁବନେଶ୍ୱର: ୧୮ ଫୁଟବଲ ଡଟ୍ କମ ନାମରେ ହଜାରେ କୋଟି ଟଙ୍କାର ଠକେଇ ମାମଲାର ପର୍ଦାଫାସ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) l ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିଲା ଇଓଡବ୍ଲୁ l ହାକିମ ଆଉ ରୁସ୍ତମ ବୋଲି ଦୁଇ ଇନଭେଷ୍ଟରଙ୍କୁ କୋଲକାତାରୁ ଗିରଫ କରାଯାଇଥିବା ବେଳେ ରାଜସ୍ଥାନରୁ ଜଣକୁ ଗିରଫ କରାଯାଇଥିଲାl ମାଷ୍ଟର ମାଇଣ୍ଡ ବୋଲାଉଥିବା ଦୁବାଇର ମହମ୍ମଦ ସୈଫ ନାମରେ ଲୁକ ଆଉଟ ନୋଟିସ ଜାରି କରିଛି ଇଓଡବ୍ଲୁ l ତେବେ ଗତ ୧୨ ତାରିଖରେ ପି.ଦିଲ୍ଲୀପ କୁମାର ବୋଲି ଅନ୍ୟ ଜଣେ ଇନଭେଷ୍ଟରକୁ କେରଳ ତ୍ରିଶୂରରୁ ଗିରଫ କରାଯାଇଥିଲାl ୩୫ ବର୍ଷିୟ ଦିଲ୍ଲୀପ ବିଜନେସ ମ୍ୟାନେଜମେଣ୍ଟର ଡିପ୍ଲୋମା କରିଛନ୍ତି l ଆଜି ତାକୁ ବ୍ରହ୍ମପୁରରେ କୋର୍ଟ ଚାଲାଣ କରାଯାଇଛି l କେରଳରେ ପ୍ରିୱେଷ୍ଟ ଗ୍ଲୋବାଲ ସଲୁସନ ନାମକ ନିଜର ଏକ ସଂସ୍ଥା ମଧ୍ୟ ଚଳାଇଥିଲେ l ତାଙ୍କୁ ୬ଦିନ ରିମାଣ୍ଡରେ ଅଣା ଯାଇଥିଲା l ଓମନା ଫାଉଣ୍ଡେସନର ଏମଡି ଥିଲେ ଦିଲ୍ଲୀପ l ଏହି ଟ୍ରଷ୍ଟର ଆକାଉଣ୍ଟରେ ୧୮ଫୁଟବଲ ଡଟ୍ କମରୁ ଆଣିଥିବା ପଇସା ଲଗାଉଥିଲେ l ଏଥିରେ ପ୍ରାୟ ୨୦କୋଟି ଟଙ୍କାର ନେଣଦେଣ ହୋଇଛିl ଆଉ ଏକ ଆକାଉଣ୍ଟରେ ଦେଢ଼ କୋଟି ଟଙ୍କା ମଧ୍ୟ କାରବାର ହୋଇଥିଲା l
ଫୁଟବଲ ଡଟ୍ କମ ଭଳି ସ୍କିମ୍ କରି ଏମାନେ ଲକ୍ଷ ଲକ୍ଷ ଟଙ୍କା ଠକୁଥିଲେ ଥିଲେ l ଏହି ସଂସ୍ଥା ହଂକଂରେ ରେଜିଷ୍ଟର ଥିବା ବେଳେ ଦୁବାଇରୁ ଅପରେଟ ହେଉଥିଲା l ଲୋକମାନଙ୍କଠାରୁ ୧ ହଜାର କୋଟି ଟଙ୍କା ଠକେଇ କରିଥିବା ବେଳେ ୫୨୫ କୋଟି ଟଙ୍କା ବର୍ତ୍ତମାନ ପର୍ଯ୍ୟନ୍ତ ରିକଭରି କରାଯାଇପାରିଛି l
ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇ ପୁଞ୍ଜି ଲଗାଇବାକୁ ମତାଉଥିଲେ l ରେଫେରଲ ଲିଙ୍କ ଦେଇ ମଧ୍ୟ ଇନଭେଷ୍ଟ କରାଉଥିଲେ। ଦିନକୁ ୩ ପ୍ରତିଶତ ଲାଭ ମିଳିବାର ଆଶା ଦେଖାଉଥିଲା ଏହି କମ୍ପାନି ଓଡ଼ିଶାର ୮୦୦ ଲୋକଙ୍କୁ ଠକିଥିବା ବେଳେ ସମସ୍ତ ଲୋକ ପ୍ରାୟତଃ ଗଞ୍ଜାମ ଜିଲ୍ଲାର ବୋଲି ଇଓଡବ୍ଲୁ ଏସପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି।