ସରକାରୀ ମେଡିକାଲ କଲେଜରେ ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେବା ମାମଲା…

ସୁନ୍ଦରଗଡ : ସରକାରୀ ମେଡିକାଲ କଲେଜରେ ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦେବା ମାମଲା । ମେଡିକାଲ କର୍ମଚାରୀ ଓ ଶିକ୍ଷକଙ୍କ ସମେତ ୫ଜଣ ଗିରଫ। ଗିରଫଙ୍କ ମଧ୍ୟରେ ଅଛନ୍ତି ଦୁଇ ଦଲାଲ,ଜଣେ କମ୍ପ୍ୟୁଟର ଦୋକାନୀ ଓ ମେଡିକାଲ କର୍ମଚାରୀ । ସୁନ୍ଦରଗଡ ସରକାରୀ ମେଡିକାଲ କଲେଜରେ ଡାଟା ଏଣ୍ଟ୍ରି ଅପରେଟର,ସିକୁରିଟି ଗାର୍ଡ ଆଦି ନିଯୁକ୍ତି ଦେବା ନାଁରେ ଲକ୍ଷାଧିକ ଟଙ୍କା ନେଇ ଜାଲ ନିଯୁକ୍ତି ପତ୍ର ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ଧିରେ ଧିରେ ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ। ଗିରଫଙ୍କ ମଧ୍ୟରେ ମେଡିକାଲ କର୍ମଚାରୀ ଚୈତନ୍ୟ ତନ୍ତୀ, ମାଷ୍ଟରମାଇଣ୍ଡ କୁହାଯାଉଥିବା ସୁଶାନ୍ତ ମାଝୀ,ମଦନ ଗରଡିଆ, ଆଶିଷ ନାୟକ ଓ ଜଣେ ବିଜ୍ଞାନ ଶିକ୍ଷକ ସୋମନାଥ ପୃଷେଠ ରହିଛନ୍ତି। ମିଶନ ରୋଡରେ ଥିବା କମ୍ପ୍ୟୁଟର ଦୋକାନୀ ଆଶିଶ ନାୟକଙ୍କ ଦୋକାନରୁ ପ୍ରିଣ୍ଟର,ହାର୍ଡଡିକ୍ସ ସହ ବହୁ କାଗଜ ପତ୍ର ଜବତ କରାଯାଇଛି ।

ଏହି ଠକେଇ ଘଟଣାରେ ପ୍ରାୟ ୫୦ଜଣ ଯୁବକ/ଯୁବତୀ ଏହାର ଶିକାର ହୋଇଥିବା ବେଳେ ପ୍ରାୟ ୩୦ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣାପଡିଛି। ପୋଲିସ ୫ଜଣଙ୍କୁ ଗିରଫ କରିବା ବେଳେ ଏହି ଘଟଣା ପଛରେ ଆହୁରି ଅନେକ ବ୍ୟକ୍ତି ଥିବା କୁହାଯାଉଛି। ଟଙ୍କା ଓ ସାର୍ଟିଫିକେଟ ନେବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଶିକ୍ଷିତ ବେକାର ଯୁବକ/ଯୁବତୀ ମାନେ ଚାକିରି ଆଶାରେ ଟଙ୍କା ଦେଇ ଠକେଇର ଶିକାର ହୋଇଥିବା ବେଳେ ଫୋନ୍‌ ପେ ଜରିଆରେ ବହୁ ଟଙ୍କା ଦେଣନେଣ ହୋଇଥିବା ଜଣାପଡିଛି।

nis-ad
Leave A Reply

Your email address will not be published.