ପଥରରେ ଯୁବକଙ୍କୁ ଆକ୍ରମଣ, ଜଣେ ଗିରଫ

ହିଞ୍ଜିଳିକାଟୁ (୧୬।୪) : କୂଳସଭାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପଥରରେ ରେ ଆକ୍ରମଣ । ଗୁରୁତର ଅବସ୍ଥାରେ ଗ୍ରାମବାସୀ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଓ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁତର ଜଣକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ କଞ୍ଚୁରୁ ଗ୍ରାମର ରାଜେନ୍ଦ୍ର ରାଉଳ । ଘଟଣା ରୁ ପ୍ରକାଶ କଞ୍ଚୁରୁ ଗ୍ରାମର ପ୍ରଫୁଲ୍ଲ ବାଡତ୍ୟା ଓ ରାଜେନ୍ଦ୍ର ରାଉଳ ଗତ ମାସ ୨୪ ତାରିଖରେ ବାଡତ୍ୟା କୁଳସଭାରେ ହୋଇଥିବା ଆଲୋଚନା ନେଇ କଥା ହେଉଥିଲେ। ଏହି ସମୟରେ ପ୍ରଫୁଲ୍ଲ ଙ୍କ ଭାଇ ଟୁନା ବାଡତ୍ୟା ରାଜେନ୍ଦ୍ର ରାଉଳ ଙ୍କୁ ଅନ୍ୟ କୂଳର ହୋଇ ଆମ କୂଳ ଵିଷୟରେ କାହିଁକି କଥାହେଉଛୁ ବୋଲି କହି ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ଯୁକ୍ତିଯୁକ୍ତ ହୋଇଥିଲା। ପରେ ଉତକ୍ଷିପ୍ତ ହୋଇ ଟୁନା ବାଡତ୍ୟା ଏକ ପଥରରେ ରାଜେନ୍ଦ୍ର ରାଉଳ ଙ୍କୁ ମାରଣାତ୍ମକ ଆକ୍ରମଣ କରିଥିଲେ। ସ୍ଥାନୀୟ ବାସିନ୍ଦାଙ୍କର ସହଯୋଗରେ ରାଜେନ୍ଦ୍ର ଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଗତ ମାସ ୨୭।୩ ରେ ରାଜେନ୍ଦ୍ର ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ହିଞ୍ଜିଳି ଥାନାରେ ୧୯୧।୨୩ ରେମାମଲା ରୁଜୁ କରି ହିଞ୍ଜିଳି ପୋଲିସ ଘଟଣାର ତଦନ୍ତ ଚଳାଇ ଥିଲା ରଵିବାର ଟୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।

nis-ad
Leave A Reply

Your email address will not be published.