ଝିଆରୀକୁ ଆକ୍ରମଣ କରି ବାପାପୁଅ ଗିରଫ

ହିଞ୍ଜିଳିକାଟୁ (୧୬।୪) : ଗତ ୧୫ ତାରିଖ ରେ ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡରା ଗ୍ରାମ ଖଦାଳ ସାହିରେ ଏକ ସାମାନ୍ୟ କାରଣକୁ ନେଇ ବୃନ୍ଦାବନ ଦାସ ଓ ଭାଇ ବାଵୁଲା ଦାସ ଙ୍କ ସହ ପାଟିତୁଣ୍ଡ ହୋଇଥିଲା।ସାନ ଭାଇ ବାବୁଲା ଦାସଙ୍କୁ ବଡ ଭାଇ ବୃନ୍ଦାବନ ଆକ୍ରମଣ କରିବା ବେଳେ ବାବୁଲାଙ୍କ ଝିଅ ଚିନା ଦାସ୨୫ ଆକଟ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଵୃନ୍ଦାବନ ଓ ପୁଅ ଅନିଳ ଦାସ ଚିନାକୁ ଆକ୍ରମଣ କରିଥିଲେ। ଉଭୟ ପରିବାର ଲହୁଲୁହାଣ ହୋଇ ଫେରାର ହୋଇଯାଇଥିଲେ। ଏ ନେଇ ଚିନା ହିଞ୍ଜିଳି ଥାନା ରେ ଦାଦା ଵୃନ୍ଦାବନ ଓ ଦାଦାପୂଅ ଭାଇ ଅନିଳ ମାରିଥିବା ନେଇ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ହିଞ୍ଜିଳି ଥାନାରେ ୨୩୩।୨୩ ମାମଲା ରୁଜୁ କରି ଵୃନ୍ଦାବନ ଓ ପୁଅ ଅନିଳ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।

nis-ad
Leave A Reply

Your email address will not be published.