ଖଲ୍ଲିକୋଟ ଦଳ ଜିତିଲା ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ ଉତ୍ସବରେ ଗଞ୍ଜାମ ଜ଼ିଲ୍ଲା କ୍ରିକେଟ ଆସୋସିଏସନ ସମ୍ପାଦକ ଅଶୋକ କୁମାର ସାହୁ ଉପସ୍ଥିତ ରହି ଖେଳକୁ ଆରମ୍ଭ କରିବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ଆଜିର ଫାଇନାଲ ମ୍ୟାଚ ଆସ୍କା ପାନlସୋନିକ କ୍ରିକେଟ କ୍ଲୁବ ବନାମ ଖଲ୍ଲିକୋଟ କ୍ରିକେଟ କ୍ଲୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପାନlସୋନିକ କ୍ରିକେଟ କ୍ଲୁବ ଟସ ଜିତି ବ୍ୟାଟିଙ୍ଗର ନିଷ୍ପତ୍ତି ନେଇଥିଲେ l
ନିଦ୍ଧାରିତ ୨0 ଓବର ଖେଳି ୭ ୱକେଟ ବିନିମୟରେ ୧୯୬ ରନ କରିଥିଲେ l ଦଳ ପକ୍ଷରୁ ସ୍ମୃତିରଞ୍ଜନ ପାତ୍ର ୩0 ବଲ ଖେଳି ୬୩ ରନ କରିଥିଲେ l ଖଲ୍ଲିକୋଟ କ୍ଲବ ପକ୍ଷରୁ ବୋଲିଙ୍ଗରେ ହେମନ୍ତ ଜାନି ୪ ଓବର ପକାଇ ୨୦ ରନ ଦେଇ ୨ ଗୋଟି ୱକେଟ ଅକ୍ତିହାର କରିଥିଲେ l ଜବାବରେ ଖଲ୍ଲିକୋଟ କ୍ରିକେଟ କ୍ଲୁବ ବିଜୟ ଲକ୍ଷର ପିଛା କରି ୧୯ ଓବର ୫ ବଲ ଖେଳି ୭ ୱକେଟ ବିନିମୟରେ ୧୯୮ ରନ କରି ବିଜୟୀ ହୋଇଥିଲେ l ଦଳ ପକ୍ଷରୁ ଶ୍ରୀକାନ୍ତ ଗୌଡ଼ ୨୯ ବଲ ଖେଳି ୪୬ ରନ କରିଥିଲେ l ଆସ୍କା ପକ୍ଷରୁ ବୋଲିଙ୍ଗରେ ରବି ସ୍ୱାଇଁ ୪ ଓବର ପକାଇ ୪୭ ରନ ଦେଇ ୩ ଗୋଟି ୱକେଟ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ ଖଲ୍ଲିକୋଟ ଦଳ ୩ ଗୋଟି ୱକେଟରେ ବିଜୟୀ ହୋଇଥିଲେ l ଖଲ୍ଲିକୋଟ ଦଳର ହେମନ୍ତ ଜାନି ୨ ଗୋଟି ୱକେଟ ଓ ୧୭ ରନ କରିଥିବାରୁ ତାଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ କରାଯାଇଥିଲା ଓ ଟୁର୍ନାମେଣ୍ଟର ବେଷ୍ଟ ବେଟେଶମେନ ଭାବେ ଆସ୍କାର ସ୍ମୃତି ରଞ୍ଜନ ପାତ୍ରକୁ ପୁରସ୍କୃତ କରାଯାଇଥିଲା l ଆମ୍ପୟାର ଭାବେ ଦୀପ୍ତିରଞ୍ଜନ ବୈରୀଗଞ୍ଜନ ଓ ରଞ୍ଜନ କୁମାର ସାହୁ ମ୍ୟାଚ ପରିଚlଳନା କରିଥିଲେ l ସ୍କୋରର ଭାବେ ମନୋଜ ବେହେରା ଓ ସତ୍ୟ ନାରାୟଣ ପରିଡା ଖେଳକୁ ସହଯୋଗ କରିଥିଲେ l
ଆଜିର ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା,ମେୟର ସଂଘମିତ୍ରା ଦଳାଇ, ସୁବାସ ବଟିକା ପ୍ରାଇଭେଣ୍ଟ ଲିମିଟେଡ଼ ର ମେନେଜିଙ୍ଗ ଡାଇରେକ୍ଟର ପୂର୍ଣ୍ଣିମା ସାହୁ, କର୍ପୋରେଟର ସନ୍ତୋଷ କୁମାର ସେଠୀ, ଜାମୁଲ ଶ୍ରୀନିବାସ,ବିଜେଡି ଛାତ୍ର ସଭାପତି ଶୋଭନ ନାୟକ,ଯୁବ ସଭାପତି ଅଜିତ ପଣ୍ଡା,ଜୋନ ସଭାପତି ଜ୍ୟୋତି ରଞ୍ଜନ ସାହୁ ଉପସ୍ଥିତ ରହି ବିଜେତା ଟିମ ଓ ରନର ଟିମ କୁ ଟ୍ରଫି ପ୍ରଦାନ କରିଥିଲେ l

nis-ad
Leave A Reply

Your email address will not be published.